ଅନ୍ୟାନ୍ୟ

ପୋଲିସ ପ୍ରତିଷ୍ଠା ଦିବସରେ କନଷ୍ଟେବଲ ପୁରସ୍କୃତ

By Biswaranjan Pattnaik

April 03, 2023

ଅନୁଗୁଳ: ଛେଳିଆପଡା ପୋଲିସ ରିଜର୍ଭ ପଡ଼ିଆରେ ଆୟୋଜିତ ପୋଲିସ ପ୍ରତିଷ୍ଠା ଦିବସ ଅବସରରେ ମୁଖ୍ୟ ଅତିଥି ଉତ୍ତର କେନ୍ଦ୍ରାଞ୍ଚଳ ଡିଆଇଜି ବ୍ରିଜେଶ କୁମାର ରାୟ ସମ୍ମିଳିତ ପରେଡ଼ ରେ ଅଭିବାଦନ ଗ୍ରହଣ କରି ପୋଲିସକୁ ଦେଶର ଜାଗ୍ରତ ପ୍ରହରୀ ବୋଲି ବର୍ଣନା କରିଥିଲେ।ଏ ଅବସରରେ ମୁଖ୍ୟ ଅତିଥି ଶ୍ରେଷ୍ଠ କନଷ୍ଟେବଲ ଭାବେ ରିଜର୍ଭ ବାହିନୀର ପ୍ରଦୀପ ସିଂହଙ୍କୁ ପୁରସ୍କୃତ କରିଥିଲେ। ପ୍ରଦୀପ ପୋଲିସର ଗୋଇନ୍ଦା ବିଭାଗ,ପୋଲିସ ବ୍ୟାଣ୍ଡ ଏବଂ ରିଜର୍ଭର ବିଭିନ୍ନ କ୍ଷେତ୍ର ରେ ଦାୟିତ୍ୱର କର୍ତବ୍ୟ ସମ୍ପାଦନ କରିଥିବାରୁ ତାଙ୍କୁ ପୁରସ୍କୃତ କରାଯାଇଥିଲା ।