ଅନ୍ୟାନ୍ୟ

ମନେପଡ଼ନ୍ତି ସମ୍ବିଧାନ ପ୍ରଣେତା: ଆମ୍ବେଦକର ଫାଉଣ୍ଡେସନ ପକ୍ଷରୁ ସମ୍ବିଧାନ ଦିବସ ପାଳିତ

By Biswaranjan Pattnaik

November 26, 2024

ଅନୁଗୁଳ: ବାବାସାହେବ ଆମ୍ବେଦକର ଫାଉଣ୍ଡେସନ ପକ୍ଷରୁ ଆଜି ୭୬ତମ ସମ୍ବିଧାନ ଦିବସ ପାଳିତ ହୋଇଛି। ସଂଗଠନର ଅଧ୍ୟକ୍ଷ ଶତ୍ରୁଘ୍ନ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଆମ୍ବେଦକରଙ୍କ ଦ୍ୱାରା ରଚିତ ଭାରତ ସମ୍ବିଧାନ ପୃଥିବୀର ସର୍ବଶ୍ରେଷ୍ଠ ଓ ସର୍ବୋତ୍ତମ ସମ୍ବିଧାନ ୱେବ ସମ୍ବିଧାନର ମୁଖବନ୍ଧ ନେଇ ଆଲୋଚନା କରାଯାଇଥିଲା। କର୍ମକର୍ତ୍ତାମାନେ ଆମ୍ବେଦକର ଫାଉଣ୍ଡେସନ ପରିସରରେ ସମ୍ବିଧାନ ପ୍ରଣେତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ସମ୍ବିଧାନ ସୁରକ୍ଷା ନାରାବାଜି ଦେଇ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ଅଧ୍ୟକ୍ଷ ପ୍ରହଲ୍ଲାଦ ନାୟକ, ପୂର୍ବତନ ସମ୍ପାଦକ ପ୍ରଦ୍ୟୁମ୍ନ ନାୟକ, ଅଧ୍ୟକ୍ଷ ଶତ୍ରୁଘନ ନାୟକ, ସମ୍ପାଦକ ପ୍ରଭାତ କୁମାର ବେହେରା, ଆଡଭୋକେଟ ନୀଳକଣ୍ଠ ନାଏକ, ଜିଲ୍ଲା ପରିଷଦ ସଦସ୍ୟ ଗୋପାଳ ଚନ୍ଦ୍ର ନାଏକ, ତାଳଚେର ଡଅଁରା ସ୍ଥିତ ଆମ୍ବେଦକର ସଂଗଠନର ବିକଳ ଚରଣ ନାଏକ ପ୍ରମୁଖ ସାମିଲ ହୋଇଥିଲେ।