ମୁଖ୍ୟ ଖବର

ଅନୁଗୁଳ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ “ସମ୍ବିଧାନ ଦିବସ” ପାଳିତ

By Angul TV Bureau

November 26, 2022

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଇନସେବା ପ୍ରାଧିକରଣ ତରଫରୁ ରକ୍ତଲେଇ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ “ସମ୍ବିଧାନ ଦିବସ” ପାଳିତ ହୋଇଛି। ଏହି କାର୍ଯ୍ୟକ୍ରମରେ ଫ୍ୟାମିଲ କୋର୍ଟ ଜଜ ସଦାଶିବ ଜେନା ଅଧ୍ୟକ୍ଷତା କରିଥିବା ବେଳେ ଅତିଥିମାନେ “ସମ୍ବିଧାନ ଦିବସ” ପାଳନର ମହତ୍ତ୍ବ ସମ୍ପର୍କରେ ମତବ୍ୟକ୍ତ କରିଥିଲେ। ଏହା ବ୍ୟତୀତ ଶିଶୁ ଓ ଜନ ସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ଆଇନ ବିଷୟରେ ବୁଝାଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଆଇନସେବା ପ୍ରାଧିକରଣର ସଚିବ ଏସ୍. ଶୁଭଲକ୍ଷ୍ମୀ, ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଐଶ୍ଵର୍ଯ୍ୟା କର, ଶୁଭଲକ୍ଷ୍ମୀ ପଟ୍ଟନାୟକ, ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଦସ୍ୟ ପରମାନନ୍ଦ ମିଶ୍ର, ଦିଲ୍ଲୀପ କୁମାର ମହାନ୍ତି, ଇନ୍ସପେକ୍ଟର ପ୍ରୀତିମଞ୍ଜରି ମେଣ୍ଡୁଳି, ରନ୍ତଲେଇ ସରପଞ୍ଚ ମିନାକ୍ଷୀ ବେହେରା, ସମିତି ସଭ୍ୟ ବୀଣାପାଣି ସେଠିଙ୍କ ସମେତ ପାରାଲିଗାଲ ଭଲ୍ୟୁଣ୍ଟର ମାନେ ଉପସ୍ଥିତ ଥିଲେ।