ମୁଖ୍ୟ ଖବର

ବିମଳାଗଡ଼-ତାଳଚେର ରେଳପଥ ନିର୍ମାଣ ବିଳମ୍ବିତ

By Biswaranjan Pattnaik

December 28, 2020

ଅନୁଗୁଳ: ଜମିଜମା ଅଧିଗ୍ରହଣ ଜନିତ ସମସ୍ୟା କାରଣରୁ ୨୦୨୨ ସୁଦ୍ଧା ସମ୍ପୂର୍ଣ୍ଣ ହେବାକୁ ଥିବା ବିମଳାଗଡ଼-ତାଳଚେର ରେଳପଥ ନିର୍ମାଣ ଆହୁରି ୩ ବର୍ଷ ବିଳମ୍ବିତ ହେବ ବୋଲି ଆଶଙ୍କା ପ୍ରକାଶ ପାଇଛି। ଇତିମଧ୍ୟରେ ଏହି ରେଳପଥ ନିର୍ମାଣ ବ୍ୟୟ ଅଟ୍ଟକଳ ୮୦୬ କୋଟି ଟଙ୍କାରୁ ୩,୦୦୦ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ଏହି ରେଳପଥ ଅନୁଗୁଳ, ଦେବଗଡ଼ ଓ ସୁନ୍ଦରଗଡ଼ ଜିଲ୍ଲାକୁ ସ˚ଯୋଗ କରିବା ସହ ଏହି ତିନୋଟି ଜିଲ୍ଲାର ଅର୍ଥନୈତିକ ବିକାଶ ଦିଗରେ ସହାୟକ ହେବ। ତେବେ ତାଳଚେର-ବିମଳାଗଡ଼ ସ˚ଗ୍ରାମ ସମିତିର ଉଦ୍ୟମ ଯୋଗୁଁ ୨୦୧୯ ସୁଦ୍ଧା ୬୬୪ ଏକର ଜଙ୍ଗଲ ଜମି ଅଧିଗ୍ରହଣ ସରିଛି। ତେବେ ପୂର୍ବତଟ ରେଳପଥ କାର୍ଯ୍ୟାଳୟରୁ କର୍ମଚାରୀ ସମସ୍ୟା ହେତୁ କାମ ଅଗେଇ ପାରୁନାହିଁ। ବିଶେଷ ସୂତ୍ରରୁ ପ୍ରକାଶ ଯେ, ରାଜ୍ୟ ସରକାର ଜମି ଅଧିଗ୍ରହଣ ନେଇ ଆଗ୍ରହ ନଦେଖାଇବାରୁ ସମ୍ଭବତଃ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି।