ଅନୁଗୁଳ: ଆସନ୍ତା ୨୩ ତାରିଖ ସକାଳ ୮ ଟା ସମୟରେ ସ୍ଥାନୀୟ ଜିଲ୍ଲା କଳା କେନ୍ଦ୍ର ଠାରେ ଜିଲ୍ଲା ଠିକାଦାର ସଙ୍ଘ ପକ୍ଷରୁ ଏକ ବିଶାଳ ରକ୍ତଦାନ ଶିବିର ଆୟୋଜିତ ହେବ। ଏହି ମେଗା ଶିବିରରୁ ୫୦୦ ୟୁନିଟ ରକ୍ତ ସଂଗ୍ରହ ହେବାର ଲକ୍ଷ୍ୟ ରଖା ଯାଇଛି। ଏଥିନେଇ ଆଜି କଳାକେନ୍ଦ୍ରରେ ଏକ ସାମ୍ବାଦିକ ସମ୍ମିଳନୀରେ ତଥ୍ୟ ରଖିଥିଲେ ସଂଘର ସଭାପତି ସୁନୀଲ କୁମାର ପ୍ରଧାନ।
ଅନ୍ୟମାନଙ୍କ ମଧ୍ୟରେ ସଙ୍ଘ ସାଧାରଣ ସମ୍ପାଦକ ସୁବୋଧ ମହାପାତ୍ର ଓ ମିଡ଼ିଆ ସଂଯୋଜକ ଅସିତ ବିଶ୍ଵାଳ ପ୍ରମୁଖ ଉପସ୍ଥିତ ଥିଲେ। ଉଦ୍ୟୋକ୍ତା ମାନେ ସଂଘର ଜନ କଲ୍ୟାଣକାରୀ କାର୍ଯ୍ୟକ୍ରମ ରୂପେ ରକ୍ତଦାନକୁ ଅଗ୍ରାଧିକର ଦେଉଥିବା ପ୍ରକାଶ କରିଥିଲେ କାରଣ ରକ୍ତର ବିକଳ୍ପ ନାହିଁ ରକ୍ତଦାନ କରି ଅନ୍ୟର ଜୀବନ ରକ୍ଷା କରିବା ସର୍ବୋତ୍ତମ ପୁଣ୍ୟ କାର୍ଯ୍ୟ ବୋଲି ସଭାପତି ଶ୍ରୀ ପ୍ରଧାନ ପ୍ରକାଶ କରିଥିଲେ।