ମୁଖ୍ୟ ଖବର

ଆନ୍ତଃଜିଲ୍ଲା ଅଣ୍ଡର ୧୯ କ୍ରିକେଟ କୋଚ ଚୟନ ନେଇ କନ୍ଦଳ

By Biswaranjan Pattnaik

August 26, 2022

ଅନୁଗୁଳ: ଆଜି ଅନୁଗୁଳ କ୍ରିକେଟ ଆସୋସିଏସନ ପକ୍ଷରୁ ଆନ୍ତଃଜିଲ୍ଲା ଅଣ୍ଡର ୧୯ କ୍ରିକେଟ ପାଇଁ ପନ୍ଦର ଜଣିଆ ଖେଳାଳି ଚୟନ କରାଯାଇଛି। ଟିମ ସିଲେକ୍ଟର ଶିବ ପ୍ରସାଦ ରାଉତ, ରଞ୍ଜନ ଧୀର ସାମନ୍ତ ଓ ବିରେନ ସାମଲ ପ୍ରାକ୍ଟିସ ମ୍ୟାଚରେ କଡା ନିରୀକ୍ଷଣ ପରେ ଏହି ପନ୍ଦର ଜଣିଆ ଟିମ ବାଛିଥିଲେ।ତେବେ ଏହି ଦଳ ପାଇଁ କୋଚ ଓ ମ୍ୟାନେଜର ରୂପେ ଜଣକୁ ପଠା ଯିବା ପାଇଁ କାର୍ଯ୍ୟକାରୀ ବୈଠକରେ ନିଷ୍ପତ୍ତି ନିଆ ଯାଇଥିଲା।ଆସୋସିଏସନର ଅଧିକାଂଶ ସଦସ୍ୟ ସଂଜୀବ ପାତ୍ରଙ୍କୁ କୋଚ ରୂପେ ଚାହୁଁ ଥିବା ବେଳେ ଅନ୍ୟ କିଛି ପ୍ରଭାବଶାଳୀ ସଦସ୍ୟ ମିଲନ ସାହୁଙ୍କୁ ଚାହୁଁଛନ୍ତୁ। ଏହାକୁ ନେଇ ସଂଘର କନ୍ଦଳ ପଦାରେ ପଡ଼ିବାକୁ ଯାଉଛି। ଏପରିକି କିଛି ସଦସ୍ୟ ଆଜି ଏକ ଗୁପ୍ତ ବୈଠକରେ ଯୋଗ ଦେଇ ଭବିଷ୍ୟତ କାର୍ଯ୍ୟପନ୍ଥା ନେଇ ନିଷ୍ପତ୍ତି ନେବେ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି।