ମୁଖ୍ୟ ଖବର

ତତଲା ସହର ପାଇଁ ଜରୁରତ୍ “କୁଲିଙ୍ଗ ସେଣ୍ଟର୍ “

By Biswaranjan Pattnaik

May 24, 2026

ଅନୁଗୁଳ: ମେ’ ମାସ ସରିବାକୁ ବସିଲାଣି, ଅନୁଗୁଳ ସହରର ତାପମାତ୍ରା ୪୨ ରୁ ୪୩ ଡିଗ୍ରୀ ସେଲସିୟସ୍। ଆର୍ଦ୍ରତା ୭୦ ରୁ ୭୫ ପ୍ରତିଶତ। ସକାଳ ୯ ଟାରୁ ଅପରାହ୍ନ ୫ ଟା ଯାଏଁ ଘରୁ ବାହାରି ହେଉନାହିଁ। ଆକାଶରୁ ନିଆଁ ଝରୁଛି, ମାଟିରୁ ବାମ୍ଫ। ମଣିଷ ବହୁତ୍ କଲବଲ ହେଲାଣି। ବଡ଼ ବଡ଼ିଆ ଏସି ଘରେ ରହିଲେ,ଏସି ଗାଡ଼ିରେ ବୁଲିଲେ। ହେଲେ ସାଧାରଣ ଜନତା କଲବଲ ହେଲେ। ସବୁ ବେଳେ ଅଂଶୁଘାତ ହେଲା ଭଳି ଅନୁଭୂତି।

ଏଭଳି ପରିସ୍ଥିତିରେ ସିଟି ଡିଜାଷ୍ଟର ମ୍ୟାନେଜମେଣ୍ଟରେ ତତଲା ସହର ଗୁଡିକରେ କୁଲିଙ୍ଗ ସେଣ୍ଟର୍ ବସା ଯିବାର ଆବଶ୍ୟକତା ଦେଖା ଦେଇଛି। ଘରୁ ମାର୍କେଟିଙ୍ଗ ପାଇଁ ଆସିଛନ୍ତି,ଫେରିଲା ବେଳକୁ ଖରା ଅସମ୍ଭାଳ। ଚାହୁଁଛନ୍ତି ଦୁଇ-ତିନି ଘଣ୍ଟା ଟିକେ ଶୀତଳ ଯାଗାରେ ରହିଯାଆନ୍ତି। ଏଭଳି ସୁବିଧା ଏବେ ଆଣିଦେବ କୁଲିଙ୍ଗ ସେଣ୍ଟର୍। ୮୦୦ ରୁ ୧୦୦୦ ବର୍ଗ ଫୁଟ ଯାଗାରେ ୨୦ ରୁ ୪୦ ଜଣ ଲୋକଙ୍କ ପାଇଁ ତିଆରି ହେବ ଏହି ସେଣ୍ଟର୍।

ଶୀତତାପ ନିୟନ୍ତ୍ରିତ ସ୍ଥାନ,ବସିବା ପାଇଁ ଚୌକି ବ୍ୟବସ୍ଥା,ବୋରିଂ କାଟିବା ପାଇଁ ଟିଭିର ବ୍ୟବସ୍ଥା। ବାଃ କି ଆରାମଦାୟକ ସୁବିଧା ହେଲେ ଏସବୁକୁ ଜଗିବ ସିସିଟିଭି ଏବଂ ସିକ୍ୟୁରିଟି ଗାର୍ଡ। ସତରେ କେଡ଼େ ସୁନ୍ଦର ବ୍ୟବସ୍ଥା। ହଁ, ଆଜ୍ଞା ଅପେକ୍ଷା କରନ୍ତୁ ଅନୁଗୁଳ ବାସୀଙ୍କ ପାଇଁ ଏଭଳି ସୁବିଧା ମିଳିବାର ଅଛି ଆଗକୁ। ଆପଣଙ୍କ ମତାମତ ଅପେକ୍ଷାରେ।