oplus_6291456

ମୁଖ୍ୟ ଖବର

ପୋଲିସ ଓ ଅଭିଯୋଜନା ନିର୍ଦ୍ଦେଶାଳୟ ସମନ୍ୱୟ ବୈଠକ: ଦୋଷୀ ସାବ୍ୟସ୍ତରେ ରାଜ୍ୟରେ ଦ୍ୱିତୀୟ ଅନୁଗୋଳ

By Biswaranjan Pattnaik

September 11, 2026

ଅନୁଗୋଳ: ଦୋଷୀ ସାବ୍ୟସ୍ତରେ ରାଜ୍ୟରେ ଦ୍ୱିତୀୟ ଅନୁଗୋଳ। ସ୍ଥାନୀୟ ବ୍ଲାକ ଡାଇମଣ୍ଡ ହଲ୍‌ରେ ଜିଲ୍ଲା ପୋଲିସ ଓ ରାଜ୍ୟ ଅଭିଯୋଜନା ନିର୍ଦ୍ଦେଶାଳୟ ପକ୍ଷରୁ ଅନୁଷ୍ଠିତ ସମନ୍ୱୟ ବୈଠକରେ ଏ ନେଇ ସୂଚନା ଦିଆଯାଇଛି। ନିର୍ଦ୍ଦେଶକ ତଥା ଅବସରପ୍ରାପ୍ତ ବିଚାରପତି ଦୀପ୍ତି ରଞ୍ଜନ କାନୁନଗୋ ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରି ପୋଲିସ ଓ ପ୍ରଶିକ୍ୟୁସନ୍ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ ବୋଲି ମତ ଦେଇଥିଲେ। ସମନ୍ୱୟ ରହିଲେ ହିଁ ଅଭିଯୁକ୍ତଙ୍କୁ ଶାସ୍ତି ଏବଂ ପୀଡ଼ିତାଙ୍କୁ ନ୍ୟାୟ ମିଳିପାରିବ ବୋଲି ସେ କହିଥିଲେ।

ନିଷ୍ଠା ଓ ସମୟୋପଯୋଗୀ ପଦକ୍ଷେପ ଯୋଗୁଁ ଦୋଷୀ ସାବ୍ୟସ୍ତ କ୍ଷେତ୍ରରେ ଝାରସୁଗୁଡ଼ା ପରେ ଅନୁଗୋଳ ରାଜ୍ୟରେ ଦ୍ୱିତୀୟ ସ୍ଥାନରେ ରହିଥିବାରୁ ସେ ପ୍ରଶଂସା କରିଥିଲେ। ଉତ୍ତର କେନ୍ଦ୍ରାଞ୍ଚଳ ଡିଆଇଜି ଆଶିଷ ସିଂହ ଏବଂ ଏସପି ରାହୁଲ ଜୈନ ଯୋଗଦେଇ, ବିଭିନ୍ନ ଅସୁବିଧା ସତ୍ତ୍ୱେ ଜିଲ୍ଲା ପୋଲିସ ୬୮ ପ୍ରତିଶତ ସଫଳତା ହାସଲ କରିଥିବାରୁ ଆନନ୍ଦ ପ୍ରକାଶ କରିଥିଲେ।

ଏହି ଅବସରରେ ଜଘନ୍ୟ ହତ୍ୟାକାଣ୍ଡ ଓ ବଳାତ୍କାର ମାମଲାରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ୨୧ ଜଣ ତଦନ୍ତକାରୀ ଅଧିକାରୀ ଏବଂ ୨୩ ଜଣ ସରକାରୀ ଆଇନଜୀବୀଙ୍କୁ ଅତିଥିମାନେ ପ୍ରଶଂସାପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ।