ମୁଖ୍ୟ ଖବର

ପୌରପାଳିକା ମାସିକ ବୈଠକ ପରିମଳ, ଆଲୋକ, ଡେଙ୍ଗୁ ନିରାକରଣକୁ ଗୁରୁତ୍ବ

By Biswaranjan Pattnaik

July 19, 2024

ଅନୁଗୁଳ: ଆଜି ଅନୁଗୁଳ ପୌରପାଳିକା ସଭକକ୍ଷରେ ଜୁଲାଇ ମାସର ବୈଠକ ଆୟୋଜିତ ହୋଇଯାଇଛି। ବୈଠକରେ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ନଗରପାଳ ଅକ୍ଷୟ କୁମାର ସାମନ୍ତ,ସାଂସଦ ରୁଦ୍ର ପାଣିଙ୍କ ପ୍ରତିନିଧି ଦୁଃଖବନ୍ଧୁ ସାହୁ, ଉପାଧ୍ୟକ୍ଷା ଅନୁପମା ସାହୁ,ନିର୍ବାହୀ ଅଧିକାରୀ ପ୍ରଶାନ୍ତ କୁମାର ନାୟକ ପ୍ରମୁଖ ଯୋଗ ଦାନ କରିଥିଲେ।

ବୈଠକରେ ଅନୁଗୁଳ ପୁରୁଣା ବସ୍ ଷ୍ଟାଣ୍ଡରୁ ବଜାର ଏବଂ ପୁରୁଣା ସୂଚନା ବଜାରରୁ ଗାନ୍ଧୀ ମାର୍ଗ ଯାଏଁ ବିଦ୍ୟୁତ୍ ଲାଇନକୁ ମାଟି ତଳେ ନିଆଯିବ ବୋଲି ନିଷ୍ପତ୍ତିକୁ ଦୃଢ଼ୀଭୂତ କରାଯାଇଥିଲା।ଅଳିଆ ନିଷ୍କାସନ ନେଇ ଅଧିକ ସୁପରଭାଇଜର ରଖା ଯିବ ବୋଲି ନିଷ୍ପତ୍ତି ନିଆଗଲା। ସହର ବିଭିନ୍ନ ନୂଆ ଯାଗାରେ ଅଲୋକିକରଣ କରାଯିବ। ସରକାରଙ୍କ ଅନୁମୋଦନରେ ଦୁଇଟି ସ୍ଥାନରେ ବଡ଼ ଡ୍ରେନ ନିର୍ମାଣ କରାଯିବ। ପାଣି ମାହାରକୁ ବନ୍ଦ କରିଥିଲେ ସେ ସ୍ଥାନକୁ ଉଚ୍ଛେଦ କରାଯିବା।ଡେଙ୍ଗୁ ନିରାକରଣ ପାଇଁ ଅଧିକ ମଶା ତେଲ କିଣା ଯିବା। ଆସନ୍ତା ମାସରେ ହେବାକୁ ଥିବା ସ୍ୱାୟତ୍ତ ଶାସନ ଦିବସକୁ ଧୁମ୍ ଧାମରେ ପାଳନ କରାଯିବ। ଏହାଛଡା ପୁରୁଣା ବସ୍ ଷ୍ଟାଣ୍ଡ ରେ ଏକ ମଲ୍ଟି ଷ୍ଟୋରିଡ କୋଠା ନିର୍ମାଣ କରାଯାଇ ଦୋକାନୀ ମାନଙ୍କୁ ଦିଆଯିବ।