ଘଟଣା ଓ ଦୁର୍ଘଟଣା

ଦୋକାନ ମରାମତି ବେଳେ ଦମ୍ପତିଙ୍କୁ ଗାଳିଗୁଲଜ ଓ ମାରପିଟ ଅଭିଯୋଗ, ୫ ଜଣଙ୍କ ନାଁରେ ଏତଲା

By Angul TV Bureau

July 24, 2025

ଅନୁଗୁଳ: ଦୋକାନ ମରାମତି ବେଳେ ଗାଳିଗୁଲଜ ଓ ମାରପିଟ କରିଥିବା ନେଇ ବନ୍ତଳା ଥାନାରେ ମଙ୍ଗଳବାର ରାତିରେ ଅଭିଯୋଗ କରିଛନ୍ତି ଦମ୍ପତି। ଅନୁଗୁଳ ବ୍ଲକ ବଡ଼କେରା ପଞ୍ଚାୟତ ବଡ଼କେରା ଗାଁର ଉପମା ଜେନା ଅଭିଯୋଗ କରିଛନ୍ତି ତାଙ୍କ ସ୍ୱାମୀ ପ୍ରଫୁଲ୍ଲ ଜେନା ବଡ଼କେରା ଛକ ଠାରେ ପ୍ରାୟ ୧୪-୧୫ ବର୍ଷ ହେବ ଏକ ଚା’ ଦୋକାନ କରିଛନ୍ତି। ଦୋକାନର ମରାମତି କରିବା ପାଇଁ ସ୍ୱାମୀ ସ୍ତ୍ରୀ ମିଶି ଖୁଣ୍ଟ ପୋତିବା ସମୟରେ ଶାସନ ବଜାର ଗ୍ରାମର ଅନୀଲ ପୃଷ୍ଟି, ଆପୁ ପୃଷ୍ଟି, ସୁନିଲ ପୃଷ୍ଟି, ମୁନା ପୃଷ୍ଟି ଓ ନାଣ୍ଡୁ ପୃଷ୍ଟି ଆସି ଆମ ଜାଗାରେ କାଇଁ ଦୋକାନ କରିଛ କହି ଝଗଡ଼ା ଆରମ୍ଭ କରିଥିଲେ।

ଏଠି ଦୋକାନ କଲେ ତୁମ ଦୁଇଜଣକୁ ଜୀବନରେ ମାରିଦେବୁ ବୋଲି କହିଲେ। ମୁଁ ବୁଝାଇବାକୁ ଚେଷ୍ଟା କରିବାବେଳେ ସେମାନେ ମୋତେ ବି ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହ ଧକ୍କା ମାରିଥିଲେ। ସେମାନେ ଦୋକାନ ଜିନିଷ ଫିଙ୍ଗାଫୋପଡ଼ା କରିଛନ୍ତି ବୋଲି ବନ୍ତଳା ଥାନାରେ ଅଭିଯୋଗ ହୋଇଛି। ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି।