ଘଟଣା ଓ ଦୁର୍ଘଟଣା

ମହୁମାଛି ଆକ୍ରମଣରେ ଦମ୍ପତି ଗୁରୁତର, ହସ୍ପିଟାଲରେ ଭର୍ତ୍ତି

By Angul TV Bureau

March 24, 2025

ଅନୁଗୁଳ: ମହୁମାଛି ଆକ୍ରମଣରେ ଦମ୍ପତି ଗୁରୁତର। ଗୁରୁତର ସ୍ୱାମୀ-ସ୍ତ୍ରୀ ହେଲେ ପୋକତୁଙ୍ଗା ଅଞ୍ଚଳର ବଶିଷ୍ଠ ସାହୁ ଏବଂ ତାଙ୍କ ପତ୍ନୀ। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ସୂଚନା ମୁତାବକ, ଶନିବାର ଅପରାହ୍ନରେ ବଶିଷ୍ଠ ଓ ତାଙ୍କ ପତ୍ନୀ ରଣେଶ୍ବର ମନ୍ଦିର ପାଖରେ ଥିବା ନିଜ ବଗିଚାରେ କାର୍ଯ୍ୟ କରି ଫେରୁଥିଲେ। ଏହି ସମୟରେ ଗାଢ଼ଘୁମୁରା ମହୁମାଛି ତାଙ୍କୁ ଅତର୍କିତ ଆକ୍ରମଣ କରିଥିଲା। ଏହି ବିଷାକ୍ତ ମହୁମାଛି ଆକ୍ରମଣ ଫଳରେ ଦୁହେଁ ଗୁରୁତର ହୋଇ ପଡ଼ିଥିଲେ। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସେମାନଙ୍କ ଅବସ୍ଥା ସ୍ଥିର ଥିବା ଜଣାଯାଇଛି।