ମୁଖ୍ୟ ଖବର

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଉପଯୋଗୀ ଏବଂ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଇକୋ ସିଷ୍ଟମ ଉପରେ ପାଠ୍ୟଚକ୍ର ଆୟୋଜିତ

By Angul TV Bureau

February 02, 2024

ତାଳଚେର: ତାଳଚେରର ବଲହର ଛକ ସ୍ଥିତ ଆଇଡ୍ରିମ ମ୍ୟାନେଜେମେଣ୍ଟ କଲେଜରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଉପଯୋଗୀ ଏବଂ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଇକୋ ସିଷ୍ଟମ ଉପରେ ଏକ ପାଠ୍ୟଚକ୍ର ଆୟୋଜିତ ହୋଇଛି। କଲେଜର ନିର୍ଦ୍ଦେଶକ ଦୀପ୍ତିରଞ୍ଜନ ବିଶ୍ୱାଳଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ପାଠ୍ୟଚକ୍ରରେ ମୁଖ୍ୟବକ୍ତା ଭାବରେ ଅଞ୍ଜନ କୁମାର ପଣ୍ଡା, ପ୍ରତିଷ୍ଠାତା ଓଡ଼ିଶା,ଏ ଆଇ ଏବଂ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ, ଦବଲୀନ, ଏ ଆଇ, କାଲିଫର୍ନିଆ (ଆମେରିକା )ଯୋଗ ଦେଇଥିଲେ। ପାଠ୍ୟଚକ୍ରରେ କଲେଜର ଅଧ୍ୟାପକ ଏବଂ ଛାତ୍ରଛାତ୍ରୀମାନେ ସକ୍ରିୟଭାବରେ ଅଂଶଗ୍ରହଣ କରିଥିଲେ।

ଏହି ପାଠ୍ୟଚକ୍ରରେ ଶ୍ରୀ ପଣ୍ଡା ଛାତ୍ରଛାତ୍ରୀଙ୍କୁ ଏଆଇ କ୍ଷେତ୍ରରେ ଥିବା ବିଭିନ୍ନ ନିଯୁକ୍ତିର ସୁଯୋଗ ଉପରେ ସୂଚନା ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ନିର୍ମଳ ମହନ୍ତ, ମୋନାଲିସା ସାହୁ, ସ୍ବସ୍ତିପ୍ରଦା ନାଏକ ପ୍ରମୁଖ ସାହାଯ୍ୟ କରିଥିଲେ।