ଅନୁଗୁଳ: ଭଉଣୀର ଇଜ୍ଜତ ଲୁଟିଲା ଭାଇ। ଅନୁଗୁଳ ସହର ଉପକଣ୍ଠରେ ଜଣେ ୮ ବର୍ଷର ନାବାଳିକାକୁ ଦୁଷ୍କର୍ମ ହୋଇଥିବା ନେଇ ଅଭିଯୋଗ ସାମନାକୁ ଆସିଛି। ଏହି ଘଟଣାରେ ପୋଲିସ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅଭିଯୁକ୍ତ ସମ୍ପର୍କୀୟ ଭାଇକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ହେଉଛି ବେନ୍ତପୁର ଗାଁର ୩୮ ବର୍ଷୀୟ ହୃଷୀକେଶ ନାୟକ। ପୀଡ଼ିତାର ବୟସ ମାତ୍ର ୮ ବର୍ଷ। ସେ ଅଭିଯୁକ୍ତର ସମ୍ପର୍କୀୟ ଭଉଣୀ ହେବ।
ସୂଚନା ଅନୁସାରେ, ଅଭିଯୁକ୍ତ ହୃଷୀକେଶ ନାବାଳିକାକୁ ବିଭିନ୍ନ ପ୍ରକାରର ପ୍ରଲୋଭନ ଦେଖାଇ ଶୂନଶାନ ସ୍ଥାନକୁ ଡାକି ନେଇଥିଲା। ସେଠାରେ ସେ ନାବାଳିକା ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଘଟଣା ସମ୍ପର୍କରେ ପରିବାର ଲୋକେ ଜାଣିବା ପରେ ସ୍ଥାନୀୟ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ।ଅଭିଯୋଗକୁ ଆଧାର କରି ପୋଲିସ ଏକ ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଥିଲା। ପୋଲିସ ଅଭିଯୁକ୍ତ ହୃଷୀକେଶକୁ କାବୁ କରିବା ସହ ତାକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।