ମୁଖ୍ୟ ଖବର

ଗଣପତି ପୂଜା କମିଟି (ଖ) ପକ୍ଷରୁ କୋଭିଡ ଟିକାକରଣ, ୨୨୦ ଜଣ ନେଲେ ଭ୍ୟାକ୍ସିନ୍

By Angul TV Bureau

August 27, 2022

ତାଳଚେର: ସ୍ଥାନୀୟ ହାଟତୋଟା ସ୍ଥିତ ଗଣପତି ପୂଜା କମିଟି (ଖ) ପକ୍ଷରୁ ଏକ ସ୍ଵତନ୍ତ୍ର କୋଭିଡ୍ ଟିକାକରଣ ଶିବିର ଅନୁଷ୍ଠିତ ହୋଇଛି। ମଲ୍ଲିକା ଗେଷ୍ଟ୍ ହାଉସରେ ସମାଜସେବୀ ତଥା ବରିଷ୍ଠ ଆଇନଜୀବୀ ଚିତ୍ତରଂଜନ ରାଉତ ଶିବିରକୁ ଉଦଘାଟନ କରିଥିଲେ। ଆଉ ଦିନ କେଇଟା ପରେ ଗଣେଶ ପୂଜା ଥିବାରୁ ଏହି ସମୟରେ ବ୍ୟବସାୟୀ ତଥା ଅଞ୍ଚଳବାସୀଙ୍କୁ ସଚେତନ କରିବାକୁ ଏହି ସ୍ଵତନ୍ତ୍ର ଶିବିର ଆୟୋଜନ କରାଯାଇଛି ବୋଲି ସଭାପତି ଦେବ ରଞ୍ଜନ ସାମଲ କହିଥିଲେ। ଶିବିରରେ ବାହାର ରାଜ୍ୟରୁ ଆସିଥିବା ଉଠା ବ୍ୟବସାୟୀ, ବିଭିନ୍ନ ଆର୍ଥିକ ଅନୁଷ୍ଠାନର କର୍ମଚାରୀ, ବୁଦ୍ଧିଜୀବୀଙ୍କୁ ଟିକା ଦିଆଯାଇଥିଲା। ଶିବିରରେ ମୋଟ୍ ୨୨୦ ଜଣ ଟିକା ନେଇଥିଲେ।

ତାଳଚେର ଉପଖଣ୍ଡ ଚିକିତ୍ସାଳୟର ମହେଶ୍ୱତା ପତି ଓ ଅଭିଷେକ ସିଂ ଟିକା ଦେଇଥିବା ବେଳେ ପୂଜା କମିଟିର ସଭାପତି ଦେବ ରଞ୍ଜନ ସାମଲ, ସମ୍ପାଦକ ବିମଳ ବାନାର୍ଜୀ, ଦୀପକ କୁମାର ସେଠୀ, ପ୍ରତ୍ୟୁଷ ପଣ୍ଡା, ପ୍ରକାଶ ଜେନା, ପ୍ରୀତିଶ ଚୌଧୁରୀ, ସନ୍ତୋଷ ଦାଶ, ସଚିନ ବେହେରା , ସୌଭାଗ୍ୟ କୁମାର ସାହୁ, ବରିଷ୍ଠ ସାମ୍ବାଦିକ ଧୀର ମୋହନ ରାୟଙ୍କ ସମେତ ସଦସ୍ୟମାନେ ସହଯୋଗ କରିଥିଲେ।