ଘଟଣା ଓ ଦୁର୍ଘଟଣା

ପାଉଁଶଗଦାରେ ପଶିଲା ଗାଈ, ବହୁ ପରିଶ୍ରମ ପରେ ଉଦ୍ଧାର କଲା ଦମକଳ ବାହିନୀ

By Angul TV Bureau

July 27, 2022

ଅନୁଗୁଳ: ସ୍ଥାନୀୟ ବଅଁରପାଳ ବ୍ଲକ ବୁଢ଼ାପଙ୍କ ହାଇସ୍କୁଲ ପାଖ ପାଉଁଶ ଗଦାରେ ଫସିଥିବା ଗାଈକୁ ଉଦ୍ଧାର କଲା ଅଗ୍ନିଶମ ବିଭାଗ। ଏହି ଜାଗାରେ ବାରମ୍ବାର ଏମିତି ଘଟୁଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଗାଁ ଲୋକଙ୍କ କହିବାନୁଯାୟୀ, ପୂର୍ବରୁ ଥରେ ମଧ୍ୟ ଏଠାରେ ୨-୩ ଟି ଗାଈ ଓ କୁକୁର ଫସିଥିଲେ। ସ୍ଥାନୀୟବାସୀଙ୍କ ଠାରୁ ଖବର ପାଇ ବଅଁରପାଳ ଦମକଳ ବାହିନୀ ପହଞ୍ଚି ଉଦ୍ଧାର କରିଥିଲେ।

ଆଜି ମଧ୍ୟ ଅଗ୍ନିଶମ ବିଭାଗକୁ ଗୋରକ୍ଷା ପ୍ରମୁଖ ଦିବ୍ୟରଞ୍ଜନ ସାମଲଙ୍କ ସମେତ ଗ୍ରାମବାସୀମାନେ ସହଯୋଗ କରିଥିଲେ। ତେବେ ଏଠାରେ ସୁରକ୍ଷାବାଡ଼ ତିଆରି କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।