ମୁଖ୍ୟ ଖବର

ଫାଟିଲା ପାଉଁଶ ପାଇପ୍, ଯାତାୟତ ଠପ୍

By Angul TV Bureau

December 20, 2021

ଅନୁଗୁଳ : ଅନୁଗୁଳ ଜିଲ୍ଲା କଣିହାଁ, ଏନଟିପିସି ପ୍ରକଳ୍ପ ରେଲୱେ ଲାଇନ କଡ଼ ଦେଇ ଯାଇଥିବା ପାଉଁଶ ପାଇପ୍ ସୋମବାର ସକାଳେ ଫାଟି ଯାଇଛି। ଫଳରେ ଆଜି ସକାଳୁ ବଲାଙ୍ଗୀ ବି କଲୋନୀ ବସ୍ତି ବାସିନ୍ଦାଙ୍କ ଯାତାୟତ ଠପ୍ ହୋଇଛି। ନଟିପିସି ପ୍ରକଳ୍ପ ରେଲୱେ ଲାଇନ କଡେ କଡେ ତାଳଚେର କୋଇଲା ଖଣିକୁ ଏହି ପାଇପ ଲାଇନ ଯୋଗା ଯାଇଛି।‌ ବଲାଙ୍ଗୀ ବି କଲୋନୀରେ ପ୍ରାୟ ୩୦ ପରିବାରର ୧୮୦ ଜଣ ପୁରୁଷ/ମହିଳା ବସବାସ କରିଥାନ୍ତି । ବସ୍ତିକୁ ଯିବା ପାଇଁ ଏହା ଏକମାତ୍ର ରାସ୍ତା ରହିଛି। ମୁଖ୍ୟ ରାସ୍ତାରେ ଏହି ପାଉଁଶ ପାଣି ପ୍ରବଳ ମାତ୍ରାରେ ପଡୁଥିବାରୁ ସ୍ଥାନୀୟ ଅଧିବାସୀଙ୍କ ଯାତାୟତ ସମ୍ପୂର୍ଣ୍ଣ ଠପ୍ ହୋଇଛି। ବସ୍ତି ଲୋକ ନିଜ କର୍ମସଂସ୍ଥାକୁ ନଯାଇ ରାସ୍ତାର ଉଭୟ ପାର୍ଶ୍ୱରେ ଅଟକି ରହିଛନ୍ତି। ତେବେ ପାଇପର ସଠିକ ରକ୍ଷଣାବେକ୍ଷଣ କିମ୍ବା ଯାଞ୍ଚ୍ ନକରିବା ଫଳରେ ଏଭଳି ସ୍ଥିତି ଉପୁଜିଥିବା ସ୍ଥାନୀୟ ଅଧିବାସୀ ଅଭିଯୋଗ କରିଛନ୍ତି।