ମୁଖ୍ୟ ଖବର

ଶ୍ରୀଲଙ୍କା ଗସ୍ତ ପାଇଁ କ୍ରିକେଟ ପ୍ରସ୍ତୁତି ଶିବିର: ଶ୍ରେୟଂଶ ଓ ମୋକ୍ଷିତଙ୍କୁ ଡାକରା

By Biswaranjan Pattnaik

April 08, 2025

ଅନୁଗୁଳ: ଜୁନିଅର କ୍ରିକେଟ୍ ଟିମର ଆସନ୍ତା ଶ୍ରୀଲଙ୍କା ଗସ୍ତ ନେଇ ଆସନ୍ତା ୧୨ ତାରିଖରୁ ବାରବାଟୀ ଷ୍ଟାଡିୟମରେ ଏକ ପ୍ରସ୍ତୁତି ଶିବିର ଆୟୋଜିତ ହେଉଛି। ଏହି ଶିବିରରେ ଯୋଗ ଦେବାପାଇଁ ଅନୁଗୁଳ ଜିଲ୍ଲାରୁ ଶ୍ରେୟଂଶ ଭରଦ୍ୱାଜ ଓ ମୋକ୍ଷିତ ପାନାକଲାଙ୍କୁ ଡାକରା ଆସିଛି ଏଥିନେଇ ଓସିଏର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ସୁବ୍ରତ ବେହେରା ପତ୍ର ମାଧ୍ୟମରେ ଅନୁଗୁଳ ଆସୋସିଏସନକୁ ଅବଗତ କରାଇଛନ୍ତି।

ଶ୍ରେୟଂଶ ଏବଂ ମୋକ୍ଷିତ ଗତ କିଛି ବର୍ଷ ହେବ ରାଜ୍ୟ ଓ ଜାତୀୟ ଟୁର୍ନାମେଣ୍ଟରେ ଭଲ ପ୍ରଦର୍ଶନ କରି ଅନୁଗୁଳର ସୁନାମ ବଢ଼ାଇଛନ୍ତି। ଶ୍ରେୟଂଶଙ୍କ ପରେ ମୋକ୍ଷିତ ନିକଟରେ ଜାତୀୟ କ୍ରିକେଟ ଏକାଡେମୀରେ ତାଲିମ ପାଇଁ ମନୋନୀତ ମଧ୍ୟ ହେଇଛନ୍ତି।ଅନୁଗୁଳ ବିଧାୟକ ତଥା ଅନୁଗୁଳ କ୍ରିକେଟ ଆସୋସିଏସନର ସଭାପତି ପ୍ରତାପ ଚନ୍ଦ୍ର ପ୍ରଧାନ ଏବଂ ଉପସଭାପତି ପ୍ରଭାତ କୁମାର ସିହ୍ନା ଏବଂ ସମ୍ପାଦକ ସାଗରନାଥ ମିଶ୍ର ଉଭୟ ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।