କ୍ରୀଡ଼ା

ଶିରିଗିଡ଼ାରେ କ୍ରିକେଟ୍‌ ଟୁର୍ନାମେଣ୍ଟ

By Angul TV Bureau

December 23, 2020

ତାଳଚେର: ତାଳଚେର ବ୍ଲକ୍‌ ଶିରିଗିଡ଼ା ଗ୍ରାମର ତ୍ରିନେତ୍ର କ୍ରିକେଟ୍‌ କ୍ଲବ୍‌ ପକ୍ଷରୁ ଏକ କ୍ରିକେଟ୍‌ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ଗତ ୧୪ ତାରିଖଠାରୁ ଆରମ୍ଭ ହୋଇଥିବା ଏହି ଟୁର୍ନାମେଣ୍ଟରେ ମୋଟ ୧୬ଟି ଦଳ ଅ˚ଶଗ୍ରହଣ କରିଥିଲେ। ଫାଇନାଲ୍‌ ମ୍ୟାଚରେ ଆୟୋଜକ ସିରିଗିଡ଼ା ଏକାଦଶକୁ ପରାସ୍ତ କରି ହାଣ୍ତିଧୂଆ ଇଲେଭେନ୍‌ ଷ୍ଟାର ଚମ୍ପିଆନ୍‌ ହୋଇଥିଲା। ହାଣ୍ତିଧୂଆ ପ୍ରଥମେ ବ୍ୟାଟିଂ କରି ୧୪୨ ରନ୍‌ କରିଥିବା ବେଳେ ଶିରିଗିଡ଼ା ନିର୍ଦ୍ଧାରିତ ଓଭର ସୁଦ୍ଧା ୧୨୮ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ଚମ୍ପିଆନ୍‌ ଦଳକୁ ଟ୍ରଫି ସହ ୧୦ ହଜାର ଟଙ୍କା ଏବ˚ ରନର୍ସଅପ୍‌ ଦଳକୁ ଟ୍ରଫି ସହ ୫ ହଜାର ଟଙ୍କା ପୁରସ୍କୃତ କରାଯାଇଥିଲା। ମୁଖ୍ୟ ଅତିଥି ଭାବେ ସ୍ୱେଚ୍ଛାସେବୀ ମୋହନ ଚରଣ ଦାସ, ସମ୍ମାନିତ ଅତିଥି ଭାବେ ଶିରିଗିଡ଼ା ଗ୍ରାମ୍ୟ କମିଟି ସଭାପତି ସୁଶାନ୍ତ ମହାନ୍ତି, ସାଧାରଣ ସ˚ପାଦକ ନଗେଶ ଦାସ, କୋଷାଧ୍ୟକ୍ଷ କୁଆଁର ଚରଣ ଦାସ ପ୍ରମୁଖ ଯୋଗ ଦେଇ ଚମ୍ପିଆନ୍‌ ଓ ରନର୍ସଅପ୍‌ ଦଳ ସମେତ ବିଭିନ୍ନ ବିଭାଗରେ ଶ୍ରେଷ୍ଠ ପ୍ରଦର୍ଶନକାରୀ ଖେଳାଳୀଙ୍କୁ ପୁରସ୍କୃତ କରିଥିଲେ। ଅମ୍ପାୟାର‌୍‌ ଭାବେ ମୁନା ବିଶ୍ବାଳ ଓ ରୁପାଲି ଦାସ ଖେଳ ପରିଚାଳନା କରିଥିବା ବେଳେ ସ୍କୋରର‌୍‌ ଭାବେ କାଳିଆ ଦାସ ଓ ଅଜିତ୍‌ ଦାସ ସହଯୋଗ କରିଥିଲେ।