ଅନୁଗୁଳ: ଅନୁଗୁଳ ଜିଲ୍ଲା ଠାକୁରଗଡ ଥାନା ସାନହୁଲା ଗ୍ରାମର କ୍ରୀଡ଼ାବିତ ସୁକୁମାର ନାୟକଙ୍କର ମଙ୍ଗଳବାର ପରଲୋକ ହୋଇଛି। ସେ ସକାଳେ ଘରେ ବ୍ରସ କରୁଥିବା ବେଳେ ଅଚେତ ହୋଇ ପଡିଥିଲେ। ତାଙ୍କୁ ପରିବାର ଲୋକେ ଚିକିତ୍ସା ପାଇଁ କଟକ ବଡ ମେଡିକାଲରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ତାଙ୍କର ପରଲୋକ ଘଟିଛି। ହୃଦଘାତରେ ତାଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି। ଏହି ଖବର ପ୍ରଚାର ହେବା ପରେ ଆଖପାଖ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଜଣେ ଭଲ କ୍ରିକେଟର୍ ଭାବରେ ଅଞ୍ଚଳରେ ତାଙ୍କର ପରିଚୟ ରହିଛି।