ମୁଖ୍ୟ ଖବର

ଶିମିଳିପାଳରେ ଆଜିଠୁ କୁମ୍ଭୀର ଗଣନା ଆରମ୍ଭ, ଦୁଇ ଦିନ ଯାଏଁ ଚାଲିବ ଗଣା

By Angul TV Bureau

January 06, 2023

କରଞ୍ଜିଆ : ମୟୂରଭଞ୍ଜ ଜିଲ୍ଲାରେ ଥିବା ଶିମିଳିପାଳ ଓ ଶିମିଳିପାଳ ପାଦ ଦେଶରେ ଥିବା ନଦୀ ଓ ନାଳ ଗୁଡିକରେ ଆଜିଠାରୁ କୁମ୍ଭୀର ଗଣନା ଆରମ୍ଭ ହେଇଛି। ବିଶେଷ କରି ଶିମିଳିପାଳରୁ ବାହାରି ଥିବା ନଦୀ ଖଇରି, ବୁଢାବଳଙ୍ଗ, ଖଡ଼ଖାଇ ପ୍ରଭୃତି ୫ ଟି ନଦୀକୂଳରେ କୁମ୍ଭୀର ଗଣନା ଚାଲିଛି। ଏହି ଗଣନା ଆଜି ଠାରୁ ଦୁଇଦିନ ପର୍ଯ୍ୟନ୍ତ ଚାଲିବ।

ଶିମିଳିପାଳ ଅଭୟାରଣ୍ୟରେ ଦୁଇଟି ଉପାୟରେ କୁମ୍ଭୀର ଗଣନା ହେଉଛି। ଏଥିପାଇଁ ୧୬ଟି ଟିମ୍ ଗଠନ କରାଯାଇ କୁମ୍ଭୀର ଗଣନା କରାଯାଉଛି ବୋଲି ଆରସିସିଏଫ୍ ସୂଚନା ଦେଇଛନ୍ତି। ଗତ ବର୍ଷ ଶିମିଳିପାଳ ଅଭୟାରଣ୍ୟ ରେ ୮୨ ଟି କୁମ୍ଭୀର ଥିବା ବେଳେ ଚଳିତ ବର୍ଷ କୁମ୍ଭୀର ଅଧିକା ହେବାର ଅନୁମାନ କରାଯାଉଛି ।