ଅନୁଗୁଳ: ଅନୁଗୁଳ ଜିଲ୍ଲା ହିମିତିରା ନଈର ସଙ୍ଗମ ଝିମେଇ ଠାରେ ଆଜି ଏକ ବଡ଼ କୁମ୍ଭୀର ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ, ମାନଯୋର ପ୍ରକଳ୍ପରେ ମିଶିଥିବା ଘୋଷର -ରାଇବାହାଳ ନଈର ଝାମ୍ପୁଲୀ ଝିମେଇ ଠାରେ ଏକ କୁମ୍ଭୀର ଦେଖିବାକୁ ମିଳିଛି। କୁମ୍ଭୀରକୁ ଦେଖି ସାଧାରଣ ଲୋକେ ନଦୀକୁ ଯିବାକୁ ଭୟଭୀତ ହେଉଛନ୍ତି। ଏଥିପାଇଁ ବନ ବିଭାଗ ଦୃଷ୍ଟି ଦେବାକୁ ଦାବି ହେଉଛି।