କଳା ଓ ସଂସ୍କୃତି

ନୂଆ ବର୍ଷରେ ମନ୍ଦିରରେ ଭକ୍ତଙ୍କ ଭିଡ଼

By Biswaranjan Pattnaik

January 01, 2023

ଅନୁଗୁଳ: ଅନେକଙ୍କ ବିଶ୍ୱାସ ରହିଛି ସେ ଓଡ଼ିଆ ଅବା ଇଂରାଜୀ ନୂଆ ବର୍ଷ ହେଉ ପ୍ରଥମ ଦିନଟି ଯେଭଳି କଟିବ ବର୍ଷ ସାରା ସେହିଭଳି କଟିବ। ଯୋଗକୁ ଆଜି ନୂଆ ବର୍ଷରେ ଶାମ୍ବ ଦଶମୀ ପଡିଥିଲା। ସକଳ ଶକ୍ତିର ଆଧାର ସୂର୍ଯ୍ୟ ଦେବଙ୍କ ପୂଜା ତେଣୁ ସହରବାସୀ ସକାଳୁ ସ୍ନାନାଦି କାର୍ଯ୍ୟ ସାରି ମନ୍ଦିର ଅଭିମୁଖେ ବାହାରି ଥିଲେ। ଚାହୁଁ ଚାହୁଁ ସକାଳ ଆଠଟା ବେଳକୁ ମନ୍ଦିରରେ ନାହିଁ ନଥିବା ଭିଡ ଦେଖିବାକୁ ମିଳିଥିଲା।

ଶୈଳ ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର,ମା ବୁଢ଼ୀ ଠାକୁରାଣୀ ମନ୍ଦିର,ଗାୟତ୍ରୀ।ମନ୍ଦିର,ଶନି ମନ୍ଦିର ସାଙ୍ଗକୁ ପ୍ରତି ୱାର୍ଡରେ ଥିବା ଛୋଟ ଛୋଟ ମନ୍ଦିର ଗୁଡିକରେ ପ୍ରବଳ ଜନ ଗହଳି ଦେଖିବାକୁ ମିଳିଥିଲା। ଶ୍ରଦ୍ଧାଳୁ ମାନେ ଦିଅଁଙ୍କୁ ପୂଜା କରିବା ସହ ପରିବାରର ମଙ୍ଗଳ କାମନା କରି ଦୀପ ଧୂପ ଲଗାଇଥିଲେ। ଜଗନ୍ନାଥ ମନ୍ଦିରରେ ଭିଡକୁ କୁ ଦେଖି ଦିଅଁଙ୍କୁ ପାଖରୁ ଦେଖିବା ପାଇଁ ଦଶ ଟଙ୍କା ଦର୍ଶନାର୍ଥୀରେ ଭକ୍ତଙ୍କୁ ସୁଯୋଗ ଦିଆଯାଇଥିଲା।