ଅନ୍ୟାନ୍ୟ

ସିଆରପିସିର ବିଭିନ୍ନ ଧାରାକୁ ବୁଝାଇବା ଲାଗି କର୍ମଶାଳା, ମାଜିଷ୍ଟ୍ରେଟ ଓ ପୋଲିସ ସମନ୍ୱୟ ରକ୍ଷା କରିବା ଉପରେ ଗୁରୁତ୍ୱ

By Angul TV Bureau

October 29, 2022

ଆଠମଲ୍ଲିକ : ସିଆରପିସିର ବିଭିନ୍ନ ପ୍ରତିଷେଧକ ଧାରାକୁ ନେଇ ଶନିବାର ଉପଜିଲ୍ଲାପାଳ ତରଣୀ ସୁନାଙ୍କ ଅଧ୍ୟକ୍ଷତାରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଛି। ବୈଠକରେ ସିଆରପିସିର ଧାରା ୧୦୭, ୧୧୦, ୧୩୩, ୧୪୪, ୧୪୫, ୧୪୭ ଉପରେ ଗଭୀର ଆଲୋଚନା କରାଯାଇଥିଲା। ସିଆରପିସି ଅନୁଯାୟୀ, ମାଜିଷ୍ଟ୍ରେଟ ଓ ପୋଲିସର କ୍ଷମତା ଓ ସିଆରପିସି ଧାରାଗୁଡ଼ିକୁ ପରିଚାଳନାକୁ ନେଇ ସବିଶେଷ ଆଲୋଚନା କରାଯାଇଥିଲା।

ମାଜିଷ୍ଟ୍ରେଟ ଓ ପୋଲିସ କିଭଳି ସମନ୍ୱୟ ରକ୍ଷା କରାଯାଇ ସିଆରପିସିରେ ଥିବା ଉପରୋକ୍ତ ଧାରାକୁ ନେଇ କାର୍ଯ୍ୟ କରିବେ ବୋଲି ଆଲୋଚନା କରାଯାଇଥିଲା। କର୍ମଶାଳାରେ ଅନ୍ୟମାନଙ୍କ ମଧ୍ୟରେ ଆଠମଲ୍ଲିକ ତହସିଲଦାର ଯଶୋବନ୍ତ ଦେହୁରୀ, କିଶୋରନଗର ତହସିଲଦାର ଶାନ୍ତିସ୍ୱରୂପ ମିଶ୍ର, ଉପଖଣ୍ଡ ଆରକ୍ଷୀ ଅଧିକାରୀ ଚିନ୍ତାମଣି ପ୍ରଧାନ, ସହକାରୀ ଜିଲ୍ଲାପାଳ କୁଳମଣି ଦଳେଇ, ଓକିଲ ସଂଘ ଶାନ୍ତ କୁମାର ମହାପାତ୍ର, ବରିଷ୍ଠ ଆଇନଜୀବୀ ଅସିତ ରଞ୍ଜନ ଦେଓ ଓ ବାମନ କୁମାର ମିଶ୍ର, ସରକାରୀ ଓକିଲ ଅବନୀ କୁମାର ଆଚାର୍ଯ୍ୟ, ଆଠମଲ୍ଲିକ ଥାନା ଅଧିକାରୀ ନିରୋଦ କୁମାର ଦାସ, କିଶୋରନଗର ଥାନା ଭାରପ୍ରାପ୍ତ ଅଧିକାରୀ ଲବ ବୋଡା, ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ଶରତ ଚନ୍ଦ୍ର ବେହେରା ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।