ଅନ୍ୟାନ୍ୟ

‘ଶ୍ରଦ୍ଧା ଓ ଜୀବନର ସଫଳତା’ ନେଇ ସଂସ୍କୃତ ବିଭାଗରେ କର୍ମଶାଳା, ଶ୍ରୀମଦ୍ ଭଗବତ ଗୀତାର ଆବଶ୍ୟକତା ବୁଝିଲେ ଛାତ୍ରଛାତ୍ରୀ

By Angul TV Bureau

March 26, 2025

ଅନୁଗୁଳ: ଆଜି ଅନୁଗୁଳ ସରକାରୀ ମହାବିଦ୍ୟାଳୟର ସ୍ନାତକ – ସ୍ନାତକୋତ୍ତର ସଂସ୍କୃତ ବିଭାଗ ଓ ଜାତୀୟ ସେବା ଯୋଜନା ତରଫରୁ ଶ୍ରଦ୍ଧା ଓ ଜୀବନର ସଫଳତା ଶୀର୍ଷକ ଏକ ଦିନିକିଆ କର୍ମଶାଳା ଆୟୋଜିତ ହୋଇଛି।

ମୁଖ୍ୟ ଅତିଥିଭାବେ ଆଚାର୍ଯ୍ୟା ସ୍ଵାମିନୀ ଆତ୍ମିକାନନ୍ଦ ସରସ୍ଵତୀ ଯୋଗ ଦେଇ ଶ୍ରଦ୍ଧାର ଲକ୍ଷଣ ଓ ତାତ୍ତ୍ଵିକ ଅର୍ଥ ଉପରେ ଆଲୋଚନା କରିଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଡ. ନୀଳାଚଳ ପଟେଲ ଦୈନନ୍ଦିନ ଜୀବନରେ ଶ୍ରୀମଦ୍ ଭଗବତ ଗୀତାର ଆବଶ୍ୟକତା ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ବୁଝାଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ସଂସ୍କୃତ ବିଭାଗର ଅଧ୍ୟକ୍ଷ ସୂର୍ଯ୍ୟକାନ୍ତ ସ୍ୱାଇଁ, ଦର୍ଶନ ବିଭାଗର ମୁଖ୍ୟ ସୁଲଗ୍ନା ଚୌଧୁରୀ, ଇଂରାଜୀ ବିଭାଗର ପ୍ରଫେସର ମନୋରଂଜନ ମିଶ୍ର, ଅଭୟ କୁମାର ମଲ୍ଲିକ, ଅର୍ଥନୀତି ବିଭାଗର ପ୍ରଫେସର ଡ. ନାରାୟଣ ନାୟକ, ଦର୍ଶନ ବିଭାଗର ସୁଲଗ୍ନା ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ।

କର୍ମଶାଳାର ସମ୍ପାଦକ ଛାତ୍ର ସାଗର ବିଶ୍ଵାଳ ଧନ୍ୟବାଦ ଅର୍ପଣ କରିଥିବା ବେଳେ ସ୍ୱେଚ୍ଛାସେବୀ ବିଭୂତି ସାହୁ ଓ ବାପି ବେହେରା, ସଂସ୍କୃତ ବିଭାଗର ବରିଷ୍ଠ ଅଧ୍ୟାପକ ଡ. ନାରାୟଣ ଚନ୍ଦ୍ର ପଣ୍ଡା ସଭା ପରିଚାଳନା କରିଥିଲେ।