ଘଟଣା ଓ ଦୁର୍ଘଟଣା

ଗ୍ରାହକଙ୍କ ମାଡ଼ରେ କଦଳୀ ବେପାରୀ ଲହୁଲୁହାଣ

By Biswaranjan Pattnaik

September 29, 2024

ଅନୁଗୁଳ: ଆଜି ଦିନ ପ୍ରାୟ ଏଗାରଟା ସମୟରେ ଅନୁଗୁଳ ପୁରୁଣା ବସ୍ ଷ୍ଟାଣ୍ଡରେ କଦଳୀ ବେପାରୀ ପରମା ମହାପାତ୍ରଙ୍କୁ ଜଣେ ଗ୍ରାହକ ନିସ୍ତୁକ ପିଟି ଥିବା ଥାନରେ ଅଭିଯିଗ ହୋଇଛି।

ଦିନ ଏଗାରଟା ସମୟରେ ହେଲମେଟ ପିନ୍ଧା ଜଣେ ଯୁବକ କଦଳୀ ନେବାକୁ ମୂଲଚାଲ କରିଥିଲେ। ଦରକୁ ନେଇ ଯୁକ୍ତିତର୍କ ହେବାପରେ ଗ୍ରାହକ ଜଣକ କଦଳୀ ବେପାରୀ ପରମା ଧରିଥିବା ବାଡି ଟି ଛଡାଇ ଆଣି ତା ମୁଣ୍ଡକୁ ପିଟି ଦେଇଥିଲେ। ଏଥିରେ ପରମାର ମୁଣ୍ଡ ଫାଟି ଯାଇଥିଲା। ପୋଲିସ ପରମାର ଚିକିତ୍ସା କରାଇ ଘଟଣା ର ତଦନ୍ତ କରୁଛି।