ଅନ୍ୟାନ୍ୟ

ଟାଟା ପାୱାର ର କଷ୍ଟମର କେୟାର କେନ୍ଦ୍ର ଉଦଘାଟିତ

By Biswaranjan Pattnaik

September 29, 2021

ଅନୁଗୁଳ: ବୁଧବାର ପୂର୍ବାହ୍ନରେ ଅନୁଗୁଳ ସର୍କିଟ ହାଉସ ନିକଟରେ ଟାଟା ପାୱାର ର କଷ୍ଟମର କେୟାର କେନ୍ଦ୍ର ଉଦଘାଟିତ ହୋଇଯାଇଛି ।ରାଜ୍ୟ ବିଧାନସଭା ଉପବାଚସ୍ପତି ଶ୍ରୀଯୁକ୍ତ ରଜନୀକାନ୍ତ ସିଂହ ଏହି କେନ୍ଦ୍ରକୁ ଉଦ୍ଘାଟନ କରିଥିଲେ। ବିଦ୍ୟୁତ ଗ୍ରାହକ ମାନଙ୍କୁ ଉଚିତ ବିଲ ଦେବା,ସେମାନଙ୍କ ସମସ୍ୟାର ସମାଧାନ କରିବା ନେଇ କମ୍ପାନୀ କର୍ମଚାରୀ ମାନଙ୍କୁ ଶ୍ରୀ ସିଂହ ପରାମର୍ଶ ଦେଇଥିଲେ। ସମାରୋହରେ ଅନୁଗୁଳ ବିଜେଡି ସଭାପତି ମହେନ୍ଦ୍ର ବସ୍ତିଆ, ଅନୁଗୁଳ ବାର ସଭାପତି ଦିଲୀପ ସାହୁ, ସମ୍ପାଦକ ସୋମନାଥ ରାଉତ,ଜିଲ୍ଲା ଲୋକ ସମ୍ପର୍କ ଅଧିକାରୀ ଦୁଃଖବନ୍ଧୁ ମାଝି, ଟାଟା ପାୱାର ଅଧିକାରୀ ଏସ. ସାହୁ,ରୋହିତ ଓଝା,ଆଶିଷ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ ।