ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ମହିଧରପୁର ସ୍ଥିତ ଏକ ହୋଟେଲରେ ଗ୍ରାହକଙ୍କୁ ବାସି ଖାଦ୍ୟ ଦିଆଯାଉଥିବା ଅଭିଯୋଗ ହୋଇଛି। ଖୋର୍ଦ୍ଧା ଜିଲ୍ଲାର କିଛି ଯାତ୍ରୀ ଶୁକ୍ରବାର ହୋଟେଲରେ ସାଧା ମିଲ୍ ଖାଇଥିଲେ। ତେବେ ସମ୍ପୃକ୍ତ ହୋଟେଲରେ ବାସି ଖାଦ୍ୟ ଦିଆଯାଇଥିବା ବେଳେ ହୋଟେଲ ମାଲିକ କାଉଣ୍ଟରରେ ବସି ସିଗାରେଟ ଟାଣି ଗ୍ରାହକଙ୍କୁ ଦୁର୍ବ୍ଯବହାରକରିଥିବା ଜଣାପଡ଼ିଛି। ଯଦିଓ ଅଭିଯୋଗ କରିବାକୁ କେହି ସାହାସ କରିନାହାନ୍ତି, ତଥାପି ମଧ୍ୟ ଖାଦ୍ୟ ନିରାପତ୍ତା ବିଭାଗ ଚଢ଼ାଉ କରୁନଥିବାରୁ ଏପରି ଘଟଣା ଘଟୁଥିବା ଚର୍ଚ୍ଚା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି ।