ମୁଖ୍ୟ ଖବର

ଜୁଡିଓର ଲିଫ୍ଟରେ ଗ୍ରାହକ ଅଟକିବା ମାମଲା: ମଲ୍‌ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କଲେ ସ୍ଥାନୀୟବାସୀ

By Angul TV Bureau

March 19, 2025

ଅନୁଗୁଳ: ଅନୁଗୁଳ ସହରରେ ନୂତନ ଭାବେ ଉଦ୍‌ଘାଟିତ ଜୁଡିଓ ମଲ୍‌କୁ ନେଇ ବିବାଦ ବଢ଼ିବାରେ ଲାଗିଛି। ଗତକାଲି ମଲ୍‌ର ଲିଫ୍ଟରେ ୮ ଜଣ ଲୋକ ଫସିବା ପରେ ଏହି ବିବାଦ ଘନାଉଛି। ମଲ୍‌ ପ୍ରକୃତରେ ସବୁ ସରକାରୀ ଅନୁମତି ନେଇ ନିର୍ମିତ ହୋଇଛି ନା ମନ ଇଚ୍ଛା ଏହାକୁ ଉଦ୍‌ଘାଟନ କରାଯାଇଛି, ତାହାର ତଦନ୍ତ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା।

ନିୟମ ମୁତାବକ, ସହର ଭିତରେ ସପିଂ ମଲ୍‌ କଲେ ବିଦ୍ୟୁତ ସଂଯୋଗ ନେବାକୁ ପଡ଼େ। ଏଥିସହ ପୌର କର୍ତ୍ତୃପକ୍ଷଙ୍କ ଠାରୁ ଟ୍ରେଡ୍‌ ଲାଇସେନ୍ସ, ଅଗ୍ନିଶମ ବିଭାଗରୁ ଫାୟାର ଲାଇସେନ୍ସ ଆଣିବାକୁ ପଡ଼ିଥାଏ। ଏହା ବ୍ୟତୀତ ପରିମଳ ବ୍ୟବସ୍ଥା, ଟଏଲେଟ ଆଦିର ସୁବିଧା ରହିବା ମଧ୍ୟ ଆବଶ୍ୟକ। କିନ୍ତୁ ଏସବୁ ବ୍ୟବସ୍ଥା ଠିକ୍ ନଥାଇ ତରବରିଆ ଭାବେ ଜୁଡିଓ ମଲ୍‌କୁ ଉଦ୍‌ଘାଟନ କରାଯାଇଛି। ଏହାକୁ ନେଇ ସହରବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ପୌର ଅଧିକାରୀ ଏସବୁର ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ସ୍ଥାନୀୟ ଲୋକେ ଦାବି କରିଛନ୍ତି।