ମୁଖ୍ୟ ଖବର

ଯାତ୍ରୀମାନେ ଦୟା କରି ଧ୍ୟାନ ଦିଅନ୍ତୁ!

By Angul TV Bureau

June 08, 2022

ଭୁବନେଶ୍ୱର: ଏଣିକି ଆଇଆର୍‌ସିଟିସି ୱେବସାଇଟ୍‌ ଓ ଆପ୍‌ରେ ଯାତ୍ରୀଙ୍କୁ ମାସକୁ ଅଧିକ ଟିକେଟ ବୁକିଂ କରିବାର ସୁଯୋଗ ମିଳିବ। ରେଳ ବିଭାଗ ପକ୍ଷରୁ ମାସିକ ଟିକେଟ ବୁକିଂ ସୀମାକୁ ଦୁଇ ଗୁଣ ବୃଦ୍ଧି କରାଯାଇଛି। ଯେଉଁମାନଙ୍କ ୟୁଜର ଆଇଡି ସହ ଆଧାର ଲିଙ୍କ୍‌ ହୋଇଥିବ ସେମାନେ ମାସକୁ ୨୪ଟି ଟିକଟ ବୁକିଂ କରିପାରିବେ। ପୂର୍ବରୁ ଗ୍ରାହକମାନେ କେବଳ ୧୨ଟି ଟିକେଟ ବୁକିଂ କରିବା ସୁବିଧା ପାଉଥିଲେ।

ଅନ୍ୟପଟେ ଯେଉଁ ୟୁଜର ଆଇଡି ସହ ଆଧାର ଲିଙ୍କ୍‌ ହୋଇନାହିଁ ସେମାନେ ମାସକୁ ୧୨ଟି ଟିକେଟ ବୁକିଂ କରିପାରିବେ। ପୂର୍ବରୁ ସେମାନେ ୬ଟି ଟିକେଟ ବୁକିଂ କରିପାରୁଥିଲେ। ଯାତ୍ରୀମାନଙ୍କୁ ଅଧିକ ସୁବିଧା ଦେବା ଲାଗି ଆଇଆରସିଟିସିରେ ଟିକେଟ ବୁକିଂ ସୀମାକୁ ବୃଦ୍ଧି କରାଯାଇଛି ବୋଲି ରେଳ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।