ଅନ୍ୟାନ୍ୟ

ସାଇବର ଅପରାଧ ସଚେତନତା ଶିବିର

By Angul TV Bureau

October 29, 2022

ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ସିଆଇଏସ୍ଏଫ କ୍ୟାମ୍ପସ ପରିସରରେ ଶନିବାର ସାଇବର ଅପରାଧ ନେଇ ଏକ ସଚେତନତା ଶିବିର ଆୟୋଜିତ ହୋଇଛି। ଜିଲ୍ଳାରେ ଜନସାଧାରଣ ଦିନକୁ ଦିନ ସାଇବର ଅପରାଧର ଶୀକାର ହେଉଥିବାରୁ ଏହାକୁ ରୋକିବା ପାଇଁ ଅନୁଗୁଳ ସାଇବର ଥାନା ତରଫରୁ ଆୟୋଜିତ ଏହି ଶିବିରରେ ନାଲକୋ ସିଆଇଏସ୍ଏଫ କମାଣ୍ଡାଣ୍ଟ ହେମନ୍ତ କୁମାର ବ୍ରହ୍ମା, ଡେପୁଟି କମାଣ୍ଡାଣ୍ଟ ବିକେ ତିୱାରୀ, ସାଇବର ଥାନା ଆଇଆଇସି ମାନସ କୁମାର ମହାକୁଡ଼, ନାଲକୋ ଥାନା ଆଇଆଇସି ଡିକେ ଲାକ୍ରାଙ୍କ ସହ ସିଆଇଏସ୍‌ଏଫ ଅଧିକାରୀମାନଙ୍କୁ ପ୍ରଶିକ୍ଷିତ କରାଯାଇଥିଲା।