ଅନୁଗୁଳ: ସରକାର ଏତେ ସଚେତନ କରୁଥିଲେ ମଧ୍ୟ କମୁନି ସାଇବର ଠକେଇ। ଏବେ ପୁଣିଥରେ ସ୍ଥାନୀୟ ବଅଁରପାଳ ବ୍ଲକ ସାନ୍ତରାପୁର ଗଣେଶ୍ୱର ସାହୁଙ୍କ ପୁଅ ଅଭିମନ୍ୟୁ ସାଇବର ଠକେଇର ଶିକାର ହୋଇଥିବା ନେଇ ସାଇବର ଥାନାରେ ଅଭିଯୋଗ କରିଛନ୍ତି।
ସୂଚନା ମୁତାବକ, ଅଭିମନ୍ୟୁଙ୍କର ଏସବିଆଇର ଏକ କ୍ରେଡିଟ୍ କାର୍ଡ ରହିଛି। ତେବେ ନିକଟରେ ତାଙ୍କୁ ଏକ ଅଜଣା ନମ୍ବରରୁ ଫୋନ୍ କଲ୍ ଆସିଥିଲା ଓ ଟଙ୍କା ସୁଝିବା ପାଇଁ କହି ବ୍ୟାଙ୍କର ତଥ୍ୟ ମାଗିଥିଲା। କିନ୍ତୁ ଅଭିମନ୍ୟୁ କିଛି ତଥ୍ୟ ନ ଦେଇ ଫୋନ କାଟି ଦେଇଥିଲେ। କିଛି ସମୟ ପରେ ତାଙ୍କ ଫୋନକୁ ଏକ ମେସେଜ୍ ଆସିଥିଲା। ସେଥିରେ ତାଙ୍କ ଆକାଉଣ୍ଟରୁ ୧୫ ହଜାର ୨୭୮ ଟଙ୍କା କଟିଥିବା ଲେଖାଥିଲା। ଏନେଇ ସେ ଅନୁଗୁଳ ସାଇବର ଥାନାରେ ଅଭିଯୋଗ କରିଥିବା ନେଇ ସୂଚନା ମିଳିଛି।