ଘଟଣା ଓ ଦୁର୍ଘଟଣା

୭୨ ହଜାର ଟଙ୍କା ଲୁଟିନେଲେ ସଇବର ଲୁଟେରା

By Swagatika Samantray

July 12, 2022

ଅନୁଗୁଳ: ଅନୁଗୁଳ ଜିଲ୍ଲା ବିକ୍ରମପୁର ଥାନା ଅଞ୍ଚଳର ଜଣେ ବ୍ୟକ୍ତିଙ୍କଠାରୁ ସାଇବର ଲୁଟେରାମାନେ ୭୨ ହଜାର ଟଙ୍କା ଲୁଟି ନେଇଛନ୍ତି। ସୂଚନା ଅନୁସାରେ, ବିକ୍ରମପୁର ଷ୍ଟେଟ ବ୍ୟାଙ୍କ ଶାଖାର ଜ୍ୟୋତି ରଞ୍ଜନ ସାହୁ(୩୫) ନାମକ ଜଣେ କର୍ମଚାରିଙ୍କ ମୋବାଇଲ ନମ୍ବରକୁ ସୋମବାର ଫୋନ୍ ଆସିଥିଲା। ଫୋନ୍ କରିଥିବା ବ୍ୟକ୍ତି ତାଙ୍କୁ କହିଥିଲେ ତୁମ କ୍ରେଡିଟ କାର୍ଡର ସ୍ବାସ୍ଥ୍ୟ ବୀମା ଆକ୍ଟିଭେଟ ହୋଇଯାଇଛି। ଏହାକୁ ରଖିବାକୁ ଚାହୁଁଛ ନା କାଟିବାକୁ ଚାହୁଁଛ। ଜ୍ୟୋତି ଏହାକୁ କାଟିବା ପାଇଁ କହିଥିଲେ। ଏହାପରେ ସାଇବର ଲୁଟେରା କହିବା ଅନୁସାରେ ସମସ୍ତ ତଥ୍ୟ ପ୍ରଦାନ କରିଥିଲେ। ଏହାପରେ ତାଙ୍କ କ୍ରେଡିଟ କାର୍ଡରୁ ୭୨ ହଜାର ଟଙ୍କା ଚାଲିଯାଇଥିଲା। ଏ ନେଇ ଜ୍ୟୋତି ଅନୁଗୁଳ ସାଇବର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ପୁଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ କରୁଛି।