ଘଟଣା ଓ ଦୁର୍ଘଟଣା

୮୦ ହଜାର ଲୁଟିନେଲେ ସାଇବର ଲୁଟେରା

By Swagatika Samantray

October 12, 2022

ଅନୁଗୁଳ: ଅନୁଗୁଳ ସହରର ଜଣେ ବ୍ୟକ୍ତିଙ୍କଠାରୁ ସାଇବର ଲୁଟେରାର ୮୦ ହଜାର ଟଙ୍କା ଲୁଟି ନେଇଛନ୍ତି।

ସୂଚନା ଯେ, ସହରର ସେକ୍ ରଞ୍ଜନ ମହମଦ୍ ତାଙ୍କ ଫେସବୁକରେ ଦେଖିଲେ ତାଙ୍କ ଭଣଜା ସେକ୍ କପିଲ ମହମଦ୍ ଏକ ପୋଷ୍ଟ କରିଛନ୍ତି ଯେ, ତାଙ୍କ ସାଙ୍ଗର ଝିଅ ଦେହ ଖରାପ ଅଛି। ତେଣୁ ତାଙ୍କୁ ଟଙ୍କା ଦରକାର। ଏଥିପାଇଁ ସେ ଗୋଟିଏ ଏକାଉଣ୍ଟ ନମ୍ବର ଦେଇଥିଲେ। ଭଣଜାର ଅନୁରୋଧରେ ରଞ୍ଜନ ଫେସବୁକ ଦିଆଯାଇଥିବା ଏକାଉଣ୍ଟ ନମ୍ବରରେ ଗତ ୫ ତାରିଖରେ ୮୦ ହଜାର ଟଙ୍କା ଜମା କରିଥିଲେ। ଏହାପରେ ସେ ଭଣଜା କପିଲଙ୍କୁ ଫୋନକରି ସମସ୍ତ କଥା କହିଲେ। ଭଣଜା କପିଲ କହିଲେ ସେମିତ କିଛି ସେ ପୋଷ୍ଟ କରିନାହାଁନ୍ତି। ସାଇବର ଠକାମୀର ଶିକାର ହୋଇଥିବା ଜାଣି ରଞ୍ଜନ ଅନୁଗୁଳ ସାଇବର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗପାଇ ପୋଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ କରୁଛି।