ଅନ୍ୟାନ୍ୟ

ଓ.ପି. ଜିନ୍ଦଲ ସ୍କୁଲରେ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

By Angul TV Bureau

November 01, 2025

ଅନୁଗୁଳ: ରାଜ୍ୟ ସରକାର ଓ ପୋଲିସର ମିଳିତ ଆନୁକୂଲ୍ୟରେ ଓ.ପି. ଜିନ୍ଦଲ ସ୍କୁଲରେ ସାଇବର ସୁରକ୍ଷା ଏବଂ ସଚେତନତା ଉପରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଦ୍ୟାଳୟର ଅଧ୍ୟକ୍ଷ ଡ. ଅଶ୍ୱିନୀ କୁମାର ସାହୁ, ଅତିରିକ୍ତ ଏସପି ସୁଶ୍ରୀ ଉପାସନା ପାଢୀ, ଡିଏସ୍‌ପି (ଡିଆଇବି) ସୁଶ୍ରୀ ଜିଜ୍ଞାସା ବେହେରା ପ୍ରମୁଖ ଯୋଗ ଦେଇଥିଲେ। ଅଧିକାରୀମାନେ ଛାତ୍ରଛାତ୍ରୀମାନଙ୍କୁ ଡିଜିଟାଲ ସୁରକ୍ଷାର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ଦିଗଗୁଡ଼ିକ ଉପରେ ସଚେତନ କରିଥିଲେ। ଏହି ଅଧିବେଶନରେ ହ୍ୟାକିଂ, ସିମ୍ ସ୍ବାପିଂ, ଫିସିଂ ଏବଂ ଅନଲାଇନ୍ ପାଇରେସି ଭଳି ଗୁରୁତ୍ବପୂର୍ଣ୍ଣ ବିଷୟଗୁଡ଼ିକ ଉପରେ ଆଲୋଚନା କରାଯାଇଥିଲା ।