ମୁଖ୍ୟ ଖବର

ଅନୁଗୁଳରେ ଅନଲାଇନ ଠକେଇ ନେଇ ସଚେତନ କଲା ସାଇବର ସୁରକ୍ଷା ରଥ: ଆଦର୍ଶ ଗ୍ରୁପ ଅଫ ଇନଷ୍ଟିଚ୍ୟୁଟରେ ସାଇବର ସୁରକ୍ଷା ଅଭିଯାନ ଆୟୋଜିତ

By Angul TV Bureau

October 10, 2023

ଅନୁଗୁଳ: ଅନଲାଇନ ଠକେଇ ନେଇ ଲୋକଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ସ୍ଥାନୀୟ ଆଦର୍ଶ ଗ୍ରୁପ ଅଫ ଇନଷ୍ଟିଚ୍ୟୁଟରେ ସାଇବର ସୁରକ୍ଷା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।

ରାଜ୍ୟ ସରକାରଙ୍କ ପକ୍ଷରୁ ଚାଲିଥିବା ସାଇବର ସୁରକ୍ଷା ଅଭିଯାନରେ ସଚେତନତା ରଥ ଅନୁଗୁଳ ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ଯାଇ ଲୋକଙ୍କୁ ସଚେତନ କରୁଛି। ଆଜି ଅନୁଗୁଳ ସହର ପଞ୍ଚମହଲା ଠାରେ ଥିବା ଆଦର୍ଶ ଗ୍ରୁପ ଅଫ ଇନଷ୍ଟିଚ୍ୟୁଟରେ ଆୟୋଜିତ ଏହି ସାଇବର ସୁରକ୍ଷା କାର୍ଯ୍ୟକ୍ରମରେ ଇନଷ୍ଟିଚ୍ୟୁଟର ଡାଇରେକ୍ଟର ଡାଃ. ପ୍ରକାଶ ଚନ୍ଦ୍ର ଧଳ, ଡେପୁଟି ଡାଇରେକ୍ଟର ଅବନୀ କାନ୍ତ ସରଙ୍ଗୀ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ବିକ୍ରମ କେସରୀ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ।

କଲେଜର ସମସ୍ତ ଛାତ୍ରଛାତ୍ରୀ ଏବଂ କର୍ମଚାରୀ ପ୍ରଥମେ ସାଇବର ରଥକୁ ସ୍ଵାଗତ କରିଥିଲେ। ତା ପରେ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ଏହି ସଚେତନତାରେ ସାଇବର କ୍ରାଇମକୁ କେଉଁ ଭଳି ଭାବେ ରୋକା ଯାଇ ପାରିବ ସେହି ବିଷୟରେ ନୃତ୍ୟ ମାଧ୍ୟମରେ ସଚେତନତା କରାଯାଇଥିଲା। ତା ପରେ କୁଇଜ୍ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।

କାର୍ଯ୍ୟକ୍ରମରେ ଅନୁଗୁଳ ବ୍ଲକ ଅଧ୍ୟକ୍ଷା ରାଜଶ୍ରୀ ସାହୁ, ତହସିଲଦାର୍ ଶାଶ୍ୱତ ରଞ୍ଜନ ଦାସ, ଅନୁଗୁଳ ସାଇବର ଥାନା ଅଧିକାରୀ ବିଭୂତି ପ୍ରଧାନ, ସଦର ଥାନା ଅଧିକାରୀ ଧିରେନ୍ କୁମାର ବେହେରା, ଡିଏସପି ଯୋଗେଶ୍ଵରୀ ବେହେରା, କଲେଜ ପ୍ରିନ୍ସିପାଲ ଏ.କେ ସିଂ ଏବଂ ଭାଗୀରଥୀ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।