ମୁଖ୍ୟ ଖବର

ଟ୍ରକ ଚାପାରେ ସାଇକଲ ଆରୋହୀ ମୃତ, ଘଟଣା ସ୍ଥଳରେ ଉତେଜନା

By Biswaranjan Pattnaik

October 07, 2024

ଅନୁଗୁଳ: ଅନୁଗୁଳ ଟାଉନ ଥାନା ଅନ୍ତର୍ଗତ ହେମସୁରପଡା ଛକରେ ସାଇକଲ ଆରୋହୀଙ୍କୁ ଚାପି ଦେଲା ଟ୍ରକ, ଘଟଣା ସ୍ଥଳରେ ଉତେଜନା।

ସୂଚନା ଯେ, ଆଜି ସକାଳ ୮ ଟା ବେଳେ ଗାନ୍ଧୀ ମାର୍ଗରେ ହେମସୁର ପଡ଼ା ଦେଇ ରାଜ ହୋଟେଲ ଆଡକୁ ଯାଉଥିବା ଏକ ୧୦ ଚକିଆ ଟ୍ରକ (OR19 G 8944) ଜଣେ ସାଇକଲ ଆରୋହୀଙ୍କ ଉପରେ ଚଢି ଯାଇଥିଲା। ଯାହା ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ମୃତକ ଜଣଙ୍କ ହେଲେ ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା ଅନ୍ତର୍ଗତ ବିମଳବେଡା ଗାଁର ରବିନ୍ଦ୍ର ସେଠିଙ୍କ ପୁଅ ବିତ ସେଠି (୩୦)।

ଅନ୍ୟପଟେ ହେମସୁରପଡା ଛକରେ ଉତେଜନା ପ୍ରକାଶ ପାଇବା ସହ ରାସ୍ତାକୁ ଅବରୋଧ କରାଯାଇଛି। ଖବର ପାଇ ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି।