ଘଟଣା ଓ ଦୁର୍ଘଟଣା

ଆକ୍ସନ ମୋଡରେ ନାଲକୋ ସୁରକ୍ଷା କର୍ମୀ, ସାଇକେଲ ଚୋରକୁ ଧରିବା ସହ ଜଣଙ୍କୁ କଲେ ଗିରଫ

By Angul TV Bureau

March 25, 2023

ଅନୁଗୁଳ: ନାଲକୋ ଟାଉନସିପ ଅଞ୍ଚଳରୁ ବାରମ୍ବାର ସାଇକେଲ ହେଉଥିବା ବେଳେ ଏବେ ଚୋର ଧରାପଡିଛି। ସୂଚନା ଅନୁସାରେ ଗତ ୨୩ ତାରିଖ ସକାଳେ କୁଲାଢ଼ ଗ୍ରାମର ସୁଜିତ ସାମଲଙ୍କ ପୁଅ ଶୁଭମ ସାମଲ ଟାଉନସିପ ଷ୍ଟାଡିଅମ ବାହାରେ ସାଇକେଲ ରଖି ଖେଳିବା ପାଇଁ ଯାଇଥିଲେ। ଫେରିବା ପରେ ତାଙ୍କ ସାଇକେଲ ନ ଥିବା ଦେଖି ତୁରନ୍ତ କରନ ସିଂହ ସିକ୍ୟୁରିଟିର କଣ୍ଟ୍ରୋଲ ରୁମରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ସୁରକ୍ଷା କର୍ମୀ ସିସିଟିଭି ଫୁଟେଜରେ ଚାରି ନମ୍ବର ଗେଟରେ ସାଇକେଲ ବାହାରକୁ ଯାଇଥିବା ଦେଖିବାକୁ ପାଇଥିଲେ। ପରେ ସୁରକ୍ଷା କର୍ମୀ ଜଗି ବସିଥିଲେ।

ଆଜି ପୂର୍ବାହ୍ନରେ ଗିରାଙ୍ଗରେ ଭଡାରେ ରହୁଥିବା ଅନନ୍ତ ଦାସଙ୍କ ପୁଅ ଶୁଭେନ୍ଦୁ ଦାସ ସାଇକେଲ ଧରି ଚାରି ନମ୍ବର ଗେଟ ପାଖରେ ବୁଲୁ ଥିବାର ଦେଖି ସୁରକ୍ଷା କର୍ମୀ ତୁରନ୍ତ ସିକୁରିଟି ସଂସ୍ଥାର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଭବାନୀ ଶଙ୍କର ନାୟକଙ୍କୁ ଜଣାଇଥିଲେ। ଶ୍ରୀ ନାୟକଙ୍କ ନିର୍ଦ୍ଦେଶ କ୍ରମେ ପାଟ୍ରୋଲିଂ ଟିମର ଆସିଷ୍ଟାଣ୍ଟ ଆସାଇନମେଣ୍ଟ ମ୍ୟାନେଜର ପ୍ରଭାତ କୁମାର ସାହୁ, ସୁପର ଫାଇଜର ତ୍ରିନାଥ ନାୟକ ଓ ଗାର୍ଡ ସୁଶାନ୍ତ ଦଳେଇ ସାଇକେଲକୁ ଜବତ କରିବା ସହ କଣ୍ଟ୍ରୋଲ ରୁମକୁ ଆଣିଥିଲେ। ଘଟଣା ସମ୍ପର୍କରେ ନାଲକୋ ଆଦର୍ଶ ଥାନା ଅଧିକାରୀ ଡିପି ଲାକ୍ରାଙ୍କୁ ଅବଗତ କରାଇଥିଲେ l ପୋଲିସ ଶୁଭେନ୍ଦୁ ଦାସକୁ ଗିରଫ କରି କୋର୍ଟ ଚାଲାଣ କରିବା ସହିତ ସୁଜିତ ସାମଲଙ୍କୁ ତାଙ୍କର ସାଇକେଲ ହସ୍ତାନ୍ତର କରିଥିବା ଜଣାଯାଇଛି।