ଘଟଣା ଓ ଦୁର୍ଘଟଣା

ଅଜଣା ଗାଡ଼ି ଧକ୍କାରେ ସାଇକେଲ ଆରୋହୀ ମୃତ

By Sanjeeb Biswal

October 26, 2021

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ଅନୁଗୁଳ ଛେଣ୍ଡିପଦା ରାଜ୍ୟ ରାଜପଥରେ କୁକୁରପେଟାଠାରେ ସୋମବାର ଅପରାହ୍ନରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ସାଇକେଲ ଆରୋହୀଙ୍କ ମୃତ୍ୟୁ ହୋଇଛି। ସୂଚନା ଅନୁସାରେ, ଗାଁର ବିଦ ପ୍ରଧାନ(୨୯) ସାଇକେଲରେ ଯାଉଥିବା ବେଳେ ଏକ ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେଇଥିଲା। ଫଳରେ ସେ ରାସ୍ତକଡ଼ରେ ଥିବା ଏକ ପୋଲ ତଳକୁ ଖସିପଡ଼ିଥିଲେ। ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ପରେ ସ୍ଥାନୀୟ ଲୋକ ଏହା ଦେଖି ପୁଲିସକୁ ଖବର ଦେଇଥିଲେ। ପୁଲିସ ଶବ ଓ ସାଇକେଲକୁ ଜବତକରି ଏକ ମାମଲା ରୁଜକରି ଘଟଣାର ତଦନ୍ତ କରୁଛି।