ମୁଖ୍ୟ ଖବର

ବଙ୍ଗୋପସାଗରରେ ବାତ୍ୟା ‘ସେନ୍ୟାର’ ସମ୍ଭାବନା: ଆଜି ଲଘୁଚାପ ୨୭ରୁ ୨୯ରେ ପ୍ରଭାବ, ଓଡ଼ିଶା ପ୍ରତି ନଜର

By Angul TV Bureau

November 22, 2025

ଭୁବନେଶ୍ବର: ବଙ୍ଗୋପସାଗରରେ ପୁଣି ଏକ ବାତ୍ୟା ସୃଷ୍ଟି ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି। ଏହାର ପ୍ରଭାବରେ ଆଜି ଦକ୍ଷିଣ ଆଣ୍ଡାମାନ ସାଗରରେ ଲଘୁଚାପ ଗଠିତ ହେବାର ସମ୍ଭାବନା ରହିଛି। ୨୪ ତାରିଖରେ ଏହା ଦକ୍ଷିଣ–ପୂର୍ବ ବଙ୍ଗୋପସାଗରରେ ଅବପାତରେ ପରିଣତ ହୋଇ, ପରବର୍ତ୍ତୀ ୪୮ ଘଣ୍ଟାରେ ଗଭୀର ଅବପାତ ଓ ପରେ ବାତ୍ୟା ‘ସେନ୍ୟାର’ ରୂପ ନେବାର ଆଶଙ୍କା ରହିଛି।

ସ୍କାଏମେଟ ଅନୁଯାୟୀ, ୨୫-୨୬ ତାରିଖରେ ବାତ୍ୟା ଗଠିତ ହୋଇ ତାମିଲନାଡୁ,ଆନ୍ଧ୍ର,ଓଡ଼ିଶା ଉପକୂଳ ଆଡ଼କୁ ଯିବ। ୨୭ରୁ ୨୯ ମଧ୍ୟରେ ଦକ୍ଷିଣ ଆନ୍ଧ୍ର କିମ୍ବା ଉତ୍ତର ତାମିଲନାଡୁରେ ସ୍ଥଳଭାଗ ଛୁଇଁପାରେ ବୋଲି ଆକଳନ। କିନ୍ତୁ ବାତ୍ୟାର କେନ୍ଦ୍ର ଓଡ଼ିଶାଠାରୁ ଦୂର ରହିବାରୁ ରାଜ୍ୟରେ ଆଗାମୀ ୫ରୁ ୭ ଦିନ ବିଶେଷ ବର୍ଷା ସମ୍ଭାବନା ନାହିଁ ବୋଲି ଆଇଏମଡି କହିଛି।