ଘଟଣା ଓ ଦୁର୍ଘଟଣା

ଡାକ୍ତରଙ୍କୁ ନପାଇବାରୁ ସିଡିଏମଓ ଅଫିସ ଘେରାଓ

By Biswaranjan Pattnaik

November 02, 2021

ଅନୁଗୁଳ: ମଙ୍ଗଳବାର ସକାଳେ ଦୀର୍ଘ ତିନି ଘଣ୍ଟା ଅପେକ୍ଷା କରିବା ସତ୍ୱେ ଅସ୍ଥିଶଲ୍ୟ ଡାକ୍ତରଙ୍କୁ ନପାଇବାରୁ ରୋଗୀଙ୍କ ସମ୍ପର୍କୀୟମାନେ ଉତ୍ତ୍ୟକ୍ତ ହୋଇ ସିଡିଏମଓ ଅଫିସ ଘେରାଓ କରିଥିଲେ।ଲୋକଙ୍କ ଅଭିଯୋଗ ହେଲା ସେମାନେ ଅସ୍ଥିଶଲ୍ୟ ବିଭାଗ ଡାକ୍ତରଙ୍କୁ ଭେଟିବାପାଇଁ ସକାଳ ୭ଟା ରୁ ଲାଇନ ଲଗାଇ ଠିଆହୋଇ ଥିଲେ। ଦିନ ୧୦ଟା ରେ ସୂଚନା ଦିଅଗଲାକି ଡାକ୍ତର ଚାରିଦିନ ଛୁଟିରେ ଅଛନ୍ତି।ଏ ସୂଚନା ପୂର୍ବରୁ କାହିଁକି ଦିଆ ଗଲାନାହିଁ ବୋଲି ଅଭିଯୋଗକାରୀ ଉତ୍ତ୍ୟକ୍ତ ଲୋକେ ସିଡିଏମଓ ଅଫିସ ଘେରାଓ କରିଥିଲେ ।ଶେଷରେ ଏଣିକି ଡାକ୍ତରଙ୍କ ଛୁଟି ସୂଚନା ପୂର୍ବରୁ ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯିବାରୁ ପରିସ୍ଥିତି ଶାନ୍ତ ପଡିଥିଲା ।