ଘଟଣା ଓ ଦୁର୍ଘଟଣା

ଅନୁଗୁଳ ଡ଼ାକ୍ତରଖାନାରୁ ମହିଳା ଫେରାର

By Angul TV Bureau

October 04, 2023

ଅନୁଗୁଳ: ଅନୁଗୁଳ ଡାକ୍ତର ଖାନାରେ ଭର୍ତ୍ତି ହୋଇଥିବା ଜଣେ ସମ୍ପର୍କୀୟଙ୍କୁ ଦେଖିବାକୁ ଆସି ଜଣେ ମହିଳା ଫେରାର ହୋଇଯିବା ଘଟଣା ଥାନାରେ ଅଭିଯୋଗ ହୋଇଛି।

କୁମଣ୍ଡ ଅଞ୍ଚଳର ଅରୁଣ କୁମାର ନାମକ ଜଣେ ବ୍ୟକ୍ତି ଅଭିଯୋଗ କରିଛନ୍ତି କି ତାଙ୍କ ଭାଇବୋହୁ ଅନୁଗୁଳ ଡାକ୍ତରଖାନାରେ ଥିବା ଜଣେ ସଂପର୍କୀୟଙ୍କୁ ଭେଟିବାକୁ ଯାଇ କୁଆଡେ ଫେରାର ହୋଇଯାଇଛନ୍ତି। ବହୁ ଖୋଜା ଖୋଜି ପରେ ତାଙ୍କର କୌଣସି ପତ୍ତା ମିଳିନାହିଁ। ଏନେଇ ଅନୁଗୁଳ ଟାଉନ ଥାନା ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।