ଘଟଣା ଓ ଦୁର୍ଘଟଣା

ଟଙ୍କା ହଡ଼ପ ଅଭିଯୋଗରେ ଯୁବକ ଗିରଫ

By Angul TV Bureau

February 03, 2022

ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ରୋଗୀଙ୍କ ସମ୍ପର୍କିୟଙ୍କ ଠାରୁ ଟଙ୍କା ହଡ଼ପ ଅଭିଯୋଗରେ ପୁଲିସ ବୁଧବାର ଜଣେ ଯୁବକଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି। ସୂଚନା ମୁତାବକ, ଛେଣ୍ଡିପଦା ଥାନା ଅନ୍ତର୍ଗତ ବାଲିପଟା ଗାଁର ସୁଲୋଚନା ବେହେରାଙ୍କ ସମ୍ପର୍କିୟ ଅନୁଗୁଳ ଜିଲ୍ଲା ଚିକିତ୍ସାଳୟରେ ଚିକିତ୍ସିତ ହେଉଥିଲେ। ଚିକିତ୍ସା ବାବଦରେ ସରକାରଙ୍କ ଠାରୁ ଟଙ୍କା କରାଇଦେବାକୁ କହି ୬ ଦିନ ତଳେ କିଶୋରନଗରର ଉପେନ୍ଦ୍ର ରାଉତ(୨୨) ୨୨ ଶହ ଟଙ୍କା ନେଇଥିଲେ। ତେବେ ଏହା ପରେ ସୁଲୋଚନା ଉପେନ୍ଦ୍ରଙ୍କ ଟଙ୍କା ନେଇ ଫୋନ୍ କରିବାରୁ ସେ ଫୋନ୍ ଉଡାଇନଥିଲେ। ଏ ନେଇ ସୁଲୋଚନା ଅନୁଗୁଳ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ପୁଲିସ ଏକ ମାମଲା ରୁଜୁ କରି ବୁଧବାର ଅଭିଯୁକ୍ତ ଉପେନ୍ଦ୍ରଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି।