କଳା ଓ ସଂସ୍କୃତି

ଆଦିଶକ୍ତି ମା’ମହାସତୀ ଦେବୀଙ୍କ ପୀଠରେ ଆଡ଼ମ୍ବରରେ ପାଳିତ ହେଲା ଡାଲଖାଇ ଯାତ୍ରା

By Angul TV Bureau

August 27, 2022

ଅନୁଗୁଳ: ସ୍ଥାନୀୟ ଆଠମଲ୍ଲିକ ବ୍ଲକ କୁଟୁଗାଁ ନିକଟସ୍ଥ ଆଦିଶକ୍ତି ମା’ମହାସତୀ ଦେବୀଙ୍କ ପୀଠରେ କୃଷିଭିତ୍ତିକ ଗଣପର୍ବ ‘ଡାଲଖାଇ ଯାତ୍ରା ‘ଅନୁଷ୍ଠିତ ହୋଇଛି। ଏ ଅବସରରେ ଅଏଡ଼ା ଓ ଲୁହାସିଙ୍ଗା ପଞ୍ଚାୟତର ବିଭିନ୍ନ ଗାଁର ମହିଳାମାନେ କଳସ ଯାତ୍ରା କରି ମା’ଙ୍କ ପୀଠରେ ପହଞ୍ଚିଥିଲେ। ପରେ ପୂଜାର୍ଚ୍ଚନା ଏବଂ ହୋମଯଜ୍ଞ ହୋଇଥିଲା। କିମ୍ବଦନ୍ତୀ ରହିଛି ଯେ ବର୍ଷା ନ ହୋଇ ମରୁଡ଼ି ସ୍ଥିତି ଉପୁଜିଲେ ଲୋକମାନେ ମା’ଙ୍କ ପୀଠର ଚାରିପାଖରେ ପରିକ୍ରମା କରି ବିଭିନ୍ନ ଢଗଢମାଳି ଆଦିବାସୀ ନୃତ୍ୟ ଗୁହାରି କଲେ ଦେବୀ ଆଶୀର୍ବାଦ ଦେଇଥାନ୍ତି। ଫଳରେ ଭଲ ବର୍ଷା ହୁଏ ଓ ଚାଷ କାର୍ଯ୍ୟ ସୁରୁଖୁରୁରେ ହୋଇଥାଏ। ମା’ଙ୍କର ଡାଲଖାଇ ଉତ୍ସବ ପ୍ରତିବର୍ଷ ଭାଦ୍ରବ ଅମାବାସ୍ୟା ଦିନ ପାଳିତ ହୁଏ।

ଆଜିର ଉତ୍ସବରେ ମା’ମହାସତୀ ଉନ୍ନୟନ କମିଟିର ସଭାପତି ଚିତ୍ତରଞ୍ଜନ କର୍ଣ୍ଣ, ସୁଶାନ୍ତ ନାଏକ, ଉପସଭାପତି ପ୍ରମୋଦ ରାଉତ, ସମ୍ପାଦକ ଜ୍ଞାନେନ୍ଦ୍ର ଭୋଇ, ସହସମ୍ପାଦକ ତକ୍ଷକ କଅଁର, ପୂର୍ବତନ ସମିତିସଭ୍ୟ ସୁଶାନ୍ତ ନାଏକ, ବିଜୟ ଦେହୁରୀ, ପୂଜକ ଟିକୁ ଦେହୁରୀ, ସତ୍ୟବାନ ରାଉତ,ପ୍ରମୋଦ ଅମାନ୍ତ, ଗୌରାଙ୍ଗ ସାହୁ, ଦାମୋଦର ହୋତା, ସମାଜସେବୀ ଅର୍ଜୁନ କୁମାର ସାହୁ ଏବଂ କଳାମାଟି ଓ କୁଟୁଗାଁ ଗାଁ ଲୋକେ ଉପସ୍ଥିତ ଥିଲେ।