ମୁଖ୍ୟ ଖବର

ନ୍ୟୁୟର୍କ ଇଣ୍ଡିଆନ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ ହେବ ଦମନ ଓ ପ୍ରତୀକ୍ଷା

By Biswaranjan Pattnaik

April 29, 2024

ଅନୁଗୁଳ: ନ୍ୟୁୟର୍କ ଇଣ୍ଡିଆନ ଫିଲ୍ମ ଫେଷ୍ଟିଭାଲ ରେ ଓଡ଼ିଆ ଚଳଚ୍ଚିତ୍ର ଦମନ ଏବଂ ପ୍ରତୀକ୍ଷା ପ୍ରଦର୍ଶିତ ହେବ ବୋଲି ଜଣା ପଡ଼ିଛି। ବିଶାଳ ମୌର୍ଯ୍ୟ ଏବଂ ଦେବୀ ପ୍ରସାଦ ଲେଙ୍କାଙ୍କ ଦମନ ଚଳଚ୍ଚିତ୍ରରେ ମ୍ୟାଲେରିଆ ପ୍ରବଣ ଏକ ଅଞ୍ଚଳରେ ଜଣେ ଯୁବ ଡାକ୍ତର ସେଠାରେ ରହୁଥିବା ଅନ୍ଧବିଶ୍ୱାସକୁ ଦୁର କରି କିଭଳି ମ୍ୟାଲେରିଆ ନିରାକରଣ କରାଯିବ ତା ଉପରେ କାହାଣୀ ପ୍ରଦର୍ଶିତ। ସେହିପରି ଅନୁପମ ପଟ୍ଟନାୟକଙ୍କ ପ୍ରତୀକ୍ଷା ଫିଲ୍ମଟି ପୂର୍ବରୁ ଅନେକ ପୁରସ୍କାର ସାଉଁଟି ସାରିଥିବା ବେଳେ ଏଥର ମଧ୍ୟ ଦର୍ଶକଙ୍କ ମନ ମୋହିବ ବୋଲି ଆଶା କରାଯାଉଛି। ସଞ୍ଜୟ ନାମକ ଜଣେ ବେକାର ଯୁବକର ସଂଘର୍ଷର କାହାଣୀ ଏଥିରେ ସନ୍ନିବେଶିତ ହୋଇଛି।