ଅନୁଗୁଳ: କଥାରେ ଅଛି ଦାନେ ‘ଦାନେ ପେ ଲିଖା ହୋତା ହେ ଖାନେ ବାଲା କା ନାମ’। ରବିବାର ଛାଡଖାଇ ପାଳିବେ ବୋଲି ଅନୁଗୁଳ ଗାର୍ଲ୍ସ ହାଇସ୍କୁଲ ପାଖ ଏକ ସେଲୁନ ମାଲିକ ପାଞ୍ଚ ଦିନ ହେବ ବଡ଼ ଗଞ୍ଜାଟିଏ କିଣି ସେଲୁନରେ ରଖିଥିଲେ।ରବିବାର ସକାଳୁ କିନ୍ତୁ ସାଲୁନ ଖୋଲିଲା ବେଳକୁ କୁକୁଡ଼ା ଖସି ପଳାଇଥିଲା। କୁକୁଡ଼ାଟି ଉଡ଼ିଯାଇ ଗାର୍ଲ୍ସ ହାଇସ୍କୁଲ ପାଖ ଏକ ଚା’ ଦୋକାନ ଆଡ଼କୁ ଦୌଡୁ ଥିବା ବେଳେ କିଛି ଦେଖଣାହାରୀ ଧରିବା ପାଇଁ କସରତ ମଧ୍ୟ ଆରମ୍ଭ କରିଦେଲେ। କିନ୍ତୁ ଏସବୁ ଭିତରେ ଦୂରରୁ ଦେଖୁଥିବା ଏକ ବୁଲା କୁକୁର ଝାମ୍ପି ପଡିଥିଲା ଗଞ୍ଜା ଉପରେ। ତାକୁ ନେଇ ପାଖ ଡ୍ରେନ ଭିତରେ ଖାଇ ଦେଇଥିଲା। ସାଲୁନବାଲା ଦେଖିଲା ବେଳକୁ ଆଉ କିଛି ନାହିଁ ଖାଲି ମେଞ୍ଚାଏ ପର।