ମୁଖ୍ୟ ଖବର

ମାଡ଼ି ଆସୁଚି ଡେଙ୍ଗୁ ସାବଧାନ!

By Biswaranjan Pattnaik

July 03, 2023

ଅନୁଗୁଳ: ବର୍ଷା ନ ଆସୁଣୁ ଓଡ଼ିଶାରେ ଡେଙ୍ଗୁ ଡରାଇଲାଣି। ଏକ ରିପୋର୍ଟ ଅନୁସାରେ ଓଡ଼ିଶାରେ ବର୍ତ୍ତମାନ ୧୭୫ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି।ସେଥିମଧ୍ୟରୁ କେବଳ ଭୁବନେଶ୍ୱରରେ ୯୨ ଜଣ ଚିହ୍ନଟ ହୋଇଛନ୍ତି।ଏହାବାଦ ଯାଜପୁର,ବାଲେଶ୍ଵର,କଟକ,ପୁରୀ,ଜଗତସିଂହପୁର,ଝାରସୁଗୁଡ଼ା,ଢେଙ୍କାନା ଆଦି ଜିଲ୍ଲାରେ ଡେଙ୍ଗୁ ରୋଗୀ ଠାବ କରାଯାଇସାରିଲାଣି। ସୁଖର କଥା ଆମ ଅନୁଗୁଳ ଜିଲ୍ଲାରେ ଏ ପର୍ଯ୍ୟନ୍ତ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇନାହାନ୍ତି। ଅନୁଗୁଳ ମେଡ଼ିକାଲରେ ଗତ ତିନିମାସରେ ୧୫୦ରୁ ଅଧିକ ଏଲିଶା ଟେଷ୍ଟ କରାଯାଇଥିଲେ ମଧ୍ୟ ଗୋଟିଏ ପଜିଟିଭ କେସ ବାହରି ନାହିଁ। ରାଜ୍ୟ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରତି ଜିଲ୍ଲା ମେଡ଼ିକାଲକୁ ଏସଓପି ପାଳନ କରିବା ସହ ଜଣ ସଚେତନତା ଉପରେ ଗୁରୁତ୍ବ ଦେବାକୁ ପରାମର୍ଶ ଦିଆଯାଇଛି।କୁଲରରେ ପାଣି ଜମିବା,ପଇଡ଼ ଖୋଳ,ପୁରୁଣା ଟାୟାରରେ ଡେଙ୍ଗୁ ସହଜରେ ବଢ଼ନ୍ତି। ଅନୁଗୁଳ ସହର ଭିତରେ ପାଣି ଯେଭଳି ଜମି ନ ରହିବ ଓ ପରିବେଶ ପରିଷ୍କାର ରହିବ ସେଥିପ୍ରତି ଗୁରୁତ୍ୱ ଦିଆଯାଉଛି। କ୍ରମାଗତ ଜ୍ଵର ସହ ମୁଣ୍ଡ ବିନ୍ଧା ଡେଙ୍ଗୁର ଲକ୍ଷଣ ହୋଇପାରେ। ତେଣୁ ଏଭଳି ଲକ୍ଷଣ ଦେଖାଦେଲେ l ଅନୁଗୁଳ ସରକାରୀ ମୁଖ୍ୟ ଚିକିତ୍ସାଳୟରେ ମାଗଣାରେ ଡେଙ୍ଗୁ ପରୀକ୍ଷା କରାଇ ନେବାକୁ ହସ୍ପିଟାଲ ସୁପରିନ୍ଟେନଡେଣ୍ଟ ଡ଼ା ମାନସ ରଞ୍ଜନ ବିଶ୍ବାଳ ପରାମର୍ଶ ଦେଇଛନ୍ତି।