ଅନୁଗୋଳ: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ମହିଳାଙ୍କୁ ମାଡ଼ ମାରିବା ସହ ହତ୍ୟା ଧମକ ଦିଆଯାଇଥିବା ନେଇ ଅନୁଗୋଳ ଜିଲ୍ଲା ଠାକୁରଗଡ଼ ଥାନାରେ ଅଭିଯୋଗ ହୋଇଛି।
ସୂଚନା ମୁତାବକ, ଠାକୁରଗଡ଼ ଥାନା ଅନ୍ତର୍ଗତ ସାନଦାଦର ଗ୍ରାମର ଯଶୋବନ୍ତୀ ସାହୁଙ୍କୁ ତାଙ୍କ ଦିଅର ନିସେଜ ସାହୁ ହତ୍ୟା ଧମକ ଦେଇଥିବା ନେଇ ସେ ଶୁକ୍ରବାର ଦିନ ଥାନାରେ ଦ୍ୱାରସ୍ଥ ହୋଇଛନ୍ତି। ଯଶୋବନ୍ତୀ ଘରେ ଥିବା ବେଳେ ପୂର୍ବ ପାରିବାରିକ କଳିକୁ ନେଇ ନିସେଜ ତାଙ୍କ ଘରେ ପଶି ଆକ୍ରମଣ କରିବା ସହ ଜୀବନରୁ ମାରିଦେବାକୁ ଧମକ ଦେଇଥିବା ଅଭିଯୋଗ ପତ୍ରରେ ଉଲ୍ଲେଖ ରହିଛି। ଏହି ଅଭିଯୋଗକୁ ଭିତ୍ତିକରି ପୋଲିସ ନମ୍ବର ୨୫୧/୨୬ରେ ଏକ ମାମଲା ରୁଜୁ କରିବା ସହ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।