ମୁଖ୍ୟ ଖବର

ଝିଅ ଅପହରଣ ଅଭିଯୋଗ ଆଣିଥିଲେ, ନିଜେ ମା’ ହିଁ ବାହାରିଲେ ମାଷ୍ଟରମାଇଣ୍ଡ

By Angul TV Bureau

September 05, 2026

ଅନୁଗୋଳ: ନାବାଳିକା ଅପହରଣ ଓ ନିର୍ଯାତନା ମାମଲାରେ ଅନୁଗୋଳ ଜିଲ୍ଲା ପାଳଲହଡ଼ା ପୋଲିସକୁ ବଡ଼ ସଫଳତା ମିଳିଛି। ପୋଲିସ ମୁଖ୍ୟ ଅଭିଯୋଗକାରିଣୀଙ୍କ ସମେତ ୨ ଜଣଙ୍କୁ ଗିରଫ କରି ଅନୁଗୋଳ ପୋକ୍ସୋ କୋର୍ଟକୁ ଚାଲାଣ କରିଛି।ଗତ ଜୁଲାଇ ୧୪ରେ ସୁଲୋଚନା ଦେହୁରୀ ନାବାଳିକା ଝିଅ ଅପହରଣ ନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ପୀଡ଼ିତାଙ୍କୁ ଉଦ୍ଧାର କରି ପ୍ରଥମେ ଜଣଙ୍କୁ ଗିରଫ କରିଥିଲା। ମାତ୍ର ପୀଡ଼ିତାଙ୍କ ବିସ୍ତୃତ ବୟାନରୁ ଅଭିଯୋଗକାରିଣୀ ସୁଲୋଚନା ନିଜେ ଏହି ଅନୈତିକ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିବା ଜଣାପଡ଼ିଥିଲା।

ଏହାପରେ ପୋଲିସ ସୁଲୋଚନା ଓ ଢେଙ୍କାନାଳର ସୁନୀଲ କୁମାର ମାଝୀଙ୍କୁ ଗିରଫ କରିଛି। ସୁନୀଲଙ୍କ ବିରୋଧରେ ବିଏନଏସ ଧାରା ୬୪(୧) ଓ ପୋକ୍ସୋ ଆଇନ ଏବଂ ସୁଲୋଚନାଙ୍କ ବିରୋଧରେ ଅନୈତିକ ଚାଲାଣ ନିବାରଣ ଆଇନ ସମେତ ବିଭିନ୍ନ ଧାରାରେ ମାମଲା ରୁଜୁ ହୋଇଛି। ଅନୁଗୋଳ ଆଇୟୁସିଏଡବ୍ଲୁ ଡିଏସପି ଲଳିତା ଲାକ୍ରା ଘଟଣାର ତଦନ୍ତ କରୁଛନ୍ତି।