ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ଅନନ୍ତବିହାର ଡିଏଭି ସ୍କୁଲ୍ର ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ବୁଧବାର ଅନୁଷ୍ଠିତ ହୋଇଛି। ଏମ୍ସିଏଲ୍ ଜଗନ୍ନାଥ କ୍ଷେତ୍ର ମହାପ୍ରବନ୍ଧକ ପି.ବି. ରେଡ୍ଡୀ ମୁଖ୍ୟଅତିଥି, ଡିଏଭି ସ୍କୁଲ ସମୂହ ଏଆରଓ ସୁରେନ୍ଦ୍ର ଭୋଇ ସମ୍ମାନିତ ଅତିଥି ରୂପେ ଯୋଗଦେଇଥିଲେ କେନ୍ଦ୍ରୀୟ ଚିକିତ୍ସାଳୟର ବାବୁରାମ ମଲ୍ଲିକ, ଜଗନ୍ନାଥ କ୍ଷେତ୍ରର ଅଧିକାରୀ ଚିତ୍ତରଞ୍ଜନ ଦାଶ, ଏ. ତୀର୍ଥମଲାଇ, ଜୟ ପ୍ରକାଶ, ଜଗନ୍ନାଥ ଡିଏଭି ସ୍କୁଲ ଅଧ୍ୟକ୍ଷା ଶୁକ୍ଳା ଚକ୍ରବର୍ତୀ, ଡିଏଭି ବାଳିକା ହାଇସ୍କୁଲ୍ ପ୍ରଧାନ ଶିକ୍ଷୟିତ୍ରୀ ସବିତା ପୂଜାରୀ, ଲିଙ୍ଗରାଜ ଡିଏଭିର ପ୍ରଧାନ ଶିକ୍ଷୟିତ୍ରୀ ସଂଯୁକ୍ତା ପୃଷ୍ଟି ଅନ୍ୟତମ ଅତିଥି ରୂପେ ଯୋଗଦେଇଥିଲେ। ସ୍କୁଲ୍ ଅଧ୍ୟକ୍ଷା ଜ୍ୟୋତି ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ। ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କ ସମେତ ୨୦୨୧ ବାର୍ଷିକ ପରୀକ୍ଷାରେ ଦଶମ ଓ ଦ୍ଵାଦଶ ଶ୍ରେଣୀର କୃତୀ ଛାତ୍ରଛାତ୍ରୀ, ମେଧାବୃତ୍ତି ପାଇଥିବା ଛାତ୍ରଛାତ୍ରୀଙ୍କୁ ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ। ସ୍କୁଲ୍ ବାର୍ଷିକ ମୁଖପତ୍ର ‘ଜାଗୃତି’ ଉନ୍ମୋଚିତ ହୋଇଥିଲା । ଶିକ୍ଷକ ଅଞ୍ଜନ ମୁଦୁଲି, ଜଗନ୍ନାଥ ବିଭାର, କରୁଣାକର ସାହୁ, ଛାତ୍ରୀ ଲକ୍ଷ୍ମୀପ୍ରିୟା ବେହେରା, ଶ୍ଵେତାଲିନ୍ ପୃଷ୍ଟି ମଞ୍ଚ ପରିଚାଳନା କରିଥିଲେ। ଅଧ୍ୟାପକ ପ୍ରଭାକର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।