ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଳଲହଡା ବସଷ୍ଟାଣ୍ଡ ନିକଟ ଶୌଚାଳୟ ଡ୍ରେନରୁ ଆଜି ଏକ ମୃତ ଶିଶୁ ପୁତ୍ର ଉଦ୍ଧାର ହୋଇଛି। ସୂଚନା ଅନୁସାରେ, ବସଷ୍ଟାଣ୍ଡ ନିକଟସ୍ଥ ଶୌଚାଳୟର ଡ୍ରେନ ଭିତରେ ଏକ ଶିଶୁ ପୁତ୍ର ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ପାଳଲହଡା ପୋଲିସକୁ ଖବର ଦେଇଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶିଶୁକୁ ଉଦ୍ଧାର କରି ଥିଲେ। ତେବେ ଶିଶୁକୁ କିଏ ଓ କାହିଁକି ଫୋପାଡ଼ିଛି ତାର କାରଣ ଜଣାପଡ଼ି ନ ଥିବା ବେଳେ ପାଳଲହଡା ପୋଲିସ ତଦନ୍ତ ଆରମ୍ଭ କରିଛି।